ଆଇଇଡି ବିସ୍ଫୋରଣ ଘଟଣାରେ ଚାରି ମିଲିସିଆ ମାଓବାଦୀ ଗିରଫ

add-all

ମାଲକାନଗିରି : ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡ ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଥାନା ଅଞ୍ଚଳରେ ଚାରି ମିଲିସିଆ ମାଓବାଦୀଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି l ସୂଚନା ଅନୁଯାଇ ଜଗରଗୁଣ୍ଡା ଥାନା ଅଞ୍ଚଳରେ ତିମାପୁରମ ଜଙ୍ଗଲ ଅଂଚଳରେ ମାଓ ଗତିଵିଧି ଖବର ମିଳିବା ପରେ ସିଆରପିଏଫ ବାହିନୀର ଏବଂ କୋବ୍ରା ବାହିନୀର କାମାଣ୍ଡେଣ୍ଟ ଅମିତ ଚୌଧୀରିଙ୍କ ନିର୍ଦେଶ କ୍ରମେ ଉକ୍ତ ଅଂଚଳକୁ ଏକ ସୁରକ୍ଷାକର୍ମୀ ଏକ ଦଳ ଯାଇ ତଲାସୀ ଅଭିଯାନ କରିବା ସମୟରେ ଜଙ୍ଗଲ ମଧ୍ୟରେ ଗ୍ରାମବାସୀ ବେଶଭୁଷାରେ ଥିବା ଚାରିଜଣଙ୍କୁ ମାଓ ବିସ୍ଫୋରକ ସାମଗ୍ରୀ ସହ ଘେରାବନ୍ଦୀ କରି ଧରି ପଚାରାଉଚାରା କରିବା ପରେ ଗିରଫ କରିଥିଲେ l ଗିରଫ ମାଓବାଦୀମାନେ ହେଲେ କୁଞ୍ଜାମ କୋଷା, ବେଟ୍ଟୀ ଲଖମା, କୁଞ୍ଜାମ ମଙ୍ଗଡ଼, ମାଡକାମ ଯୋଗା l ଆଇଇଡି ବିସ୍ଫୋରଣ ରେ ୨୦୧କୋବ୍ରା ବାହିନୀର ଦୁଇ ଯବାନ ସହିଦ ହୋଇଥିବା ଘଟଣାରେ ଏହି ଚାରି ମିଲିସିଆ ମାଓବାଦୀ ଜଡିତ ଥିବା ସୁକମା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l

ad-week
Leave A Reply

Your email address will not be published.