ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ ଆଜି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଦ୍ଵାର ସି ଟି ସ୍କାନ ମେସିନ୍ ର ଉଦଘାଟନ କରାଯାଇଛି।ଏହା ସ୍ପନ୍ଦନ ଡାଇଗ୍ନୋଷ୍ଟିକg ସଂସ୍ଥା ଦ୍ଵାରା ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ମୋଡ ରେ ପରିଚାଳନା କରାଯିବ। ମାଗଣା ରେ ରୋଗୀମାନେ ଏହାର ଲାଭ ଉଠାଇବା ସହିତ ଉପକୃତ ହୋଇପାରିବେ। ଏହି ସି ଟି ସ୍କାନ ସେବା ପାଇଁ ରୋଗୀମାନଙ୍କୁ ବାହାର ଜିଲ୍ଲା, ରାଜ୍ୟ କୁ ଯିବାକୁ ପଡୁଥିଲା ଏବଂ ଜିଲ୍ଲାପାଇଁ ଏହି ସୁବିଧାର ଆବଶ୍ୟକତା ରହିଥିଲା ଜିଲ୍ଲାପ୍ରଶାସନ ର ଉଦ୍ୟମରେ ଜିଲ୍ଲାବାସୀଙ୍କ ପାଇଁ ଏହି ସୁବିଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ନେଇ ବହୁଦିନ ର ପ୍ରତିକ୍ଷା ର ଅନ୍ତ ହୋଇଛ । ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଜିଲ୍ଲାପାଳ ଡଃ ମିଶ୍ର କହିଥିଲେ। ଅସ୍ଥିଶଲ୍ୟ, ସ୍ନାୟୁ ରୋଗ, ଇତ୍ୟାଦି ରୋଗୀମାନେ ଏହାର ଲାଭ ନେଇପାରିବେ କରିପାରିବେ। ସି ଟି ସ୍କାନ ସେବା ପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ତିନି ରୁ ଚାରି ଘଣ୍ଟା ମଧ୍ୟରେ ଏହାର ରିପୋର୍ଟ ଉପଲବ୍ଧ ହୋଇପାରିବ। ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ମଳୟ କୁମାର ତ୍ରିପାଠୀ, ସି ଡି ଏମ୍ ଓ &ପି ଏଚ୍ ଓ, ଡା ସୁକାନ୍ତ ଶତପଥି, ଡି ଏମ୍ ଓ,(ଏମ୍ ଏସ୍) ଡା ନବକିଶୋର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଡି ପି ଏମ୍, ସୁଶାନ୍ତ କୁମାର ପ୍ରହରାଜ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
