ରାଜ୍ୟରୁ ସମ୍ମାନ ଆଣିଲେ ରୁଦ୍ରରୂପା

add-all

ଚିକିଟୀ : ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପ ଠାରେ ଖୁବ୍ ଗୌରବର ସହିତ ଓଡିଶା ସାହିତ୍ୟ ଏକାଡେମୀ ଆଜି ତା’ର ୬୭ତମ ସ୍ଵନକ୍ଷେତ୍ର ଦିବସ ପାଳନ କରିଛି। ଏହି ଅବସରରେ ବ୍ଲକ ସ୍ତରରୁ ରାଜ୍ୟକୁ ଚୟନ ହୋଇଥିବା ଅନନ୍ୟ ପ୍ରତିଭାର ଅଧିକାରିଣୀ ଭାବେ ଚିକିଟୀ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ରୁଦ୍ରରୂପା ବ୍ରହ୍ମାଙ୍କୁ ଓଡ଼ିଆ କବିତା ଆବୃତ୍ତି ପାଇଁ ମାନପତ୍ର, ପୁଷ୍ପଗୁଚ୍ଛ ଏବଂ ଉପହାର ପ୍ରଦାନକରି ସମ୍ବର୍ଦ୍ଧିତ କରିଛନ୍ତି ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ। ରୁଦ୍ରରୂପା ଜଣେ ଶିଶୁକବି ,ଶିଶୁ କଣ୍ଠଶିଳ୍ପୀ ଏବଂ ମେଧାବୀ ଛାତ୍ରୀ ଅଟନ୍ତି। ସେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ କବିତା ଆବୃତ୍ତି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ଏପରି ରାଜ୍ୟ ସ୍ତରୀୟ ସମ୍ମାନର ଅଧିକାରିଣୀ ହୋଇଛନ୍ତି। ଏପରି ସମ୍ମାନ ପ୍ରାପ୍ତକରି ନିଜ ବିଦ୍ୟାଳୟ ଓ ବ୍ଲକ ପାଇଁ ଗୌରବ ଆଣିଥିବା ଯୋଗୁଁ ତାଙ୍କୁ ଏବଂ ତାଙ୍କ ବାପା ଆଦର୍ଶ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା ମାଆ ଆଦର୍ଶ ଶିକ୍ଷୟିତ୍ରୀ ମିନତି କୁମାରୀ ପାଠୀଙ୍କୁ ଚିକିଟୀ ବ୍ଲକ ଶିକ୍ଷାଧିକାରୀ , ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ, ସାଙ୍ଗସାଥି, ଅଞ୍ଚଳବାସୀ ଏବଂ ବନ୍ଧୁବର୍ଗ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ad-week
Leave A Reply

Your email address will not be published.