ଛତ୍ରପୁର : ଘରୋଇ ବସ ମାଲିକ ସଂଘ ପକ୍ଷରୁ ଅଗଷ୍ଟ ୧ ରୁ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଥିଲେ । ଜିଲ୍ଲାରେ ଓଏସଆରଟିଏସ ପକ୍ଷରୁ ଲକ୍ଷ୍ମୀବାସ ନିଜ ମନମୁତାବକ ଚଳାଚଳ କରୁଥିବାରୁ ଘରୋଇ ବସ ମାଲିକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଗଂଜାମ ଜିଲା ପରିଷଦ ର ମୁଖ୍ୟ ଉନ୍ନୟନଅଧିକାରୀ ମଧୁମିତା ଏଥିରେ ଅଧକ୍ଷ୍ୟତା କରିଥିଲେ । ଦିର୍ଘ ୪୦ ବର୍ଷ ହେଲା ଘରୋଇ ବସ ମାଲିକ ସଂଘ ଲୋକଙ୍କୁ ଉ୍ତ୍ତମ ସେବା ଯୋଗେଇ ଦେଇ ଆସୁଥିବା ବେଳେ ଚଳିତ ନିର୍ବାଚନ ପରେ ଲକ୍ଷ୍ମୀ ବସ ନିଜ ଇଛାରେ ରୁଟ ବାହାରେ କୈାଣସି ସମୟ ନମାନି ଇଛା ମୁତାବକ ଚଳାଉଛନ୍ତି ଯାହାଫଳରେ ବସ ମାଲିକ ସଂଘ ଦୈନିକ କ୍ଷତି ସହିବା ସହ ନିଜ ପରିବାର ଚଳାଇବା ଅତି କଷ୍ଟକର ହୋଇପଡିଛନ୍ତି ବୋଲି ଘରୋଇ ବସ ମାଲିକ ସଂଘର ସଭାପତି ସନ୍ତୋଷ କୁମାର ପତି କହିଥିଲେ । ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ବସ ଚାଲୁ କିନ୍ତୁ ଏବେ ପ୍ରତି ବ୍ଲକରେ ବସ ସଂଖ୍ୟା ବୃଦ୍ଧି ହୋଇ ୬ରୁ ୭ ଟି ଲକ୍ଷ୍ମୀ ବସ ଚାଲୁଥିବାରୁ ଆମେ କ୍ଷତି ସହୁଛୁ ତେଣୁ ପୂର୍ବରୁ ଯେତୋଟି ବସ ଚାଲିଥିଲା ସେହି ଅନୁସାରେ ଚାଲୁ ନଚେତ ଆମେ ବାଧ୍ୟହୋଇ ଆନ୍ଦୋଳନ କରିବା ସହ ଆଉ ସେବା ଲୋକଙ୍କୁ ଦେବୁ ନାହିଁ । ଲକ୍ଷ୍ମୀ ବସ ରୁଟ ଅନୁସାରେ ଚାଲୁନାହିଁ,ତେଣୁ ପ୍ରତି ବ୍ଲକରେ ବିଡିଓଙ୍କ ଉପସ୍ଥିତିରେ ଲକ୍ଷ୍ମୀ ବସ ଓ ଘରୋଇ ବସ ମିଶି ଏକ ରୁଟ ଚାର୍ଟ ସହ ସମୟ ନିର୍ଦ୍ଧାରଣ କରାଯିବା ଉପରେ ବୈଠକରେ କୁହାଯାଇଛି । ଯଦି ଲକ୍ଷ୍ମୀ ବସ ରୁଟ ଚାର୍ଟ ଓ ନିର୍ଦ୍ଧାରିତ ସମୟ ଅବମାନନା କରିବେ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଜିଲ୍ଲାରେ ଏବେ ୨୨ଟି ବ୍ଲକରେ ୧୨୪ ଟି ଲକ୍ଷ୍ମୀ ବସ ଚାଲୁଥିବା କୁହାଯାଇଛି ।
ବୈଠକରେ କୈାଣସି ସଠିକ ନିଷ୍ପତି ବାହାରି ନଥିବା ଘରୋଇ ବସ ମାଲିକ ସଂଘର ସଭାପତି ଶ୍ରୀ ପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆସନ୍ତା ୧ରେ ରାଜ୍ୟସ୍ତରୀୟ ଏକ ବୈଠକ ରହିଛି, ସେଠି ଯଦି କୈାଣସି ସମାଧାନ ବାଟ ନବାହାରିବ ତେବେ ତେବେ ସେମାନେ ବାଧ୍ୟ ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନି ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁ, ଓଏସଆରଟିଏସ ଲକ୍ଷ୍ମୀ ବସର ଅରୁଣ କୁମାର ସାହୁଙ୍କ ସମେତ ଘରୋଇ ବସ ମାଲିକ ଏବଂ ଲକ୍ଷ୍ମୀ ବସ ସୁପରଭାଇଜର ମାନେ ଉପସ୍ଥିତ ଥିଲେ ।
