ନାବାଳିକା ଛାତ୍ରୀକୁ ଅସଦାଚରଣ ଅଭିଯୁକ୍ତ ପ୍ରଧାନ ଶିକ୍ଷକକୁ ୩ ବର୍ଷ ଜେଲ ୧୦ ହଜାର ଟଙ୍କା ଜରିମାନା

add-all

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ରାଜେଶ ଦାଶ, ଆଜି ଏକ ନାବାଳିକା ଛାତ୍ରୀ କୁ ଅସଦାଚରଣ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପଣ୍ଡାଙ୍କୁ ସାଖି ଓ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୪ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ଦର୍ଶାଇଛନ୍ତି ବିଚାରପତି। ଏଥି ସହିତ ପିଡୀତା କୁ କ୍ଷତିପୂରଣ ବାବଦକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଧେଶ ଦେଇଛନ୍ତି। ସୁଚନା ଅନୁସାରେ ଗତ ୨୦୧୪ ମସିହା ଜାନୁୟାରୀ ୧୩ ତାରିଖରେ ଅଭିଯୁକ୍ତ କୋଟଗଡ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପିଡିତଙ୍କୁ ଡାକି ତା ସହିତ ଅସଦାଚରଣ କରିଥିଲେ। ପରେ ପିଡିତା ଏହି ସଂକ୍ରାନ୍ତରେ ତା ଘରେ ଯାଇ କହିବା ପରେ, ପରିବାର ଲୋକେ କୋଟଗଡ ଥାନା ରେ ଏ ନେଇ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ କୋଟଗଡ ଥାନା ପୋଲିସ ଏକ ମାମଲା ୩/୨୦୧୪ ରୁଜୁ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ସେହି ମାମଲାରର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି ।ପିଡିତାଙ୍କ ପାଇଁ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।

ad-week
Leave A Reply

Your email address will not be published.