କନ୍ଧମାଳରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସାଂସଦଙ୍କ ଦାବି

add-all

କନ୍ଧମାଳ : କନ୍ଧମାଳ ଜିଲ୍ଲା ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା ଭାବେ ଜଣାଶୁଣା। ଶିକ୍ଷା, ସ୍ବାସ୍ଥ୍ୟ ସବୁ ଦୃଷ୍ଟିରୁ ଏହି ଜିଲ୍ଲା ଅନେକ ପଛରେ ରହିଛି। କେନ୍ଦ୍ର ସରକାର କନ୍ଧମାଳର ବିକାଶ ପାଇଁ ଏହାକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସାମିଲ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପଛୁଆ ରହିଛି। ଜିଲ୍ଲାର ଭିତ୍ତିଭୂମି ଅତି ଦୁର୍ବଳ। ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ କୌଣସି ସ୍ତରରେ ଗୁଣାତ୍ମକ ଶିକ୍ଷାଦାନର ସୁବିଧା ନାହିଁ। ଜିଲ୍ଲାରେ କୌଣସି ବଡ ଧରଣର ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ନାହିଁ। ଏହି ଦୃଷ୍ଟିରୁ ଫୁଲବାଣୀ ଠାରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ଦାବି କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ। ଗୁରୁବାର ଲୋକସଭାରେ ଏ ବିଷୟ ଉପସ୍ଥାପନ କରି ସାଂସଦ କହିଛନ୍ତି, ବର୍ତ୍ତମାନ ଓଡିଶାରେ କେବଳ କୋରାପୁଟଠାରେ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଛି। ଭୌଗୋଳିକ ଦୃଷ୍ଟିରୁ କନ୍ଧମାଳ ରାଜ୍ୟର କେନ୍ଦ୍ରରେ ଅବସ୍ଥିତ। ତେଣୁ କନ୍ଧମାଳ ଜିଲ୍ଲା ତଥା ସମଗ୍ର ଲୋକସଭା କ୍ଷେତ୍ରର ଶିକ୍ଷାର ବିକାଶ ପାଇଁ ଏଠାରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ସାଂସଦ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଗତ ୩ ଦିନ ତଳେ ସାଂସଦ କନ୍ଧମାଳ ସଂସଦୀୟ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ୬୦୦ ଟି ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି କରିଥିଲେ। ବିଶେଷ କରି କନ୍ଧମାଳ ଆକାଂକ୍ଷୀ ଜିଲ୍ଲା ଯୋଜନାରେ ସାମିଲ ଥିବାରୁ ଜିଲ୍ଲା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.