କଳିଙ୍ଗ ବୈଶ୍ୟ ଯୁବକ ସେବାସଂଘ ତରଫରୁ ବୃକ୍ଷ ରୋପଣ

add-all


ନବରଙ୍ଗପୁର : ଚଳିତ ବର୍ଷ ର ଗ୍ରୀଷ୍ମ ପ୍ରବାହ ରେ ସାରା ରାଜ୍ୟ ର ତାପମାତ୍ରା ବଢିଥିବା ବେଳେ ନବରଙ୍ଗପୁର ଜିଲ୍ଲା ରେ ମଧ୍ୟ ତାପମାତ୍ରା ର ବୃଦ୍ଧି ଦେଖା ଦେଇଥିଲା। ବଣ ,ପାହାଡ଼ ଜଙ୍ଗଲ ରେ ଭରପୁର ନବରଙ୍ଗପୁର ଜିଲ୍ଲା ରେ ଜଙ୍ଗଲ ରୁ ଗଛ କାଟି ସଫା କରିଦେବା ଫଳ ରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ସରକାରୀ ଓ ବେସରକାରୀ ସ୍ଥରରେ ବନବିଭାଗ ବୃକ୍ଷ ରୋପଣ କୁ ଗୁରୁତ୍ୱ ପ୍ରଦାନ କରିଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପେଣ୍ଠ ର କଳିଙ୍ଗ ବୈଶ୍ୟ ଯୁବକ ସେବା ସଙ୍ଘ ମଧ୍ୟ ଅଣ୍ଟା ଭିଡ଼ିଛି ବୃକ୍ଷ ରୋପଣ ପାଇଁ ।

ସେବା ସଂଘ ର ଯୁବକ ମାନେ ନିଜେ ଶ୍ରମ ଦାନ କରି ନନ୍ଦାହାଣ୍ଡି ବ୍ଲକ ସ୍ଥିତ ଶ୍ରୀ ମା ଅରବିନ୍ଦ ଆଶ୍ରମ ରେ ପ୍ରାୟ ଦେଢ଼ ଶହ ଗଛ ଲଗେଇଛନ୍ତି। ସେବା ସଂଘ ର ସଭାପତି ପି. ଦିଲୀପ କୁମାର ଏବଂ ସମ୍ପାଦକ ଏମ୍ . ହିମାଂଶୁ ଙ୍କ ତତ୍ୱାବଧାନ ରେ ବିଭିନ୍ନ ଫଳ ଏବଂ ଔଷଧୀୟ ପ୍ରଜାତି ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ସମୟ ସମୟ ରେ ବିଭିନ୍ନ ସାମାଜିକ କାର୍ଯ୍ୟ କରୁଥିବା ଏହି ସଙ୍ଘ ଚଳିତ ବର୍ଷ ବୃକ୍ଷ ରୋପଣ କାର୍ଯ୍ୟ ହାତକୁ ନେଇଥିବା ସହ ଲଗାଯାଇଥିବା ସମସ୍ତ ଗଛ କିଭଳି ବଞ୍ଚିବ ଏବଂ ତାହାର ରକ୍ଷଣାବେକ୍ଷଣ କିଭଳି କରାଯିବ ସେଥିପ୍ରତି ପ୍ରଚେଷ୍ଟା କରାଯିବ ଏବଂ ଆଗକୁ ଅଂଚଳ ର ବିଭିନ୍ନ ସ୍ଥାନ ରେ ବୃକ୍ଷ ରୋପଣ କରାଯାଇ ପରିବେଶ କୁ ସୁସ୍ଥ ଓ ପ୍ରଦୂଷଣ ମୁକ୍ତ ରଖିବାର ପ୍ରୟାସ କରାଯିବ ବୋଲି ସଂଘ ସଭାପତି ପି.ଦିଲୀପ କହିଛନ୍ତି ।

ad-week
Leave A Reply

Your email address will not be published.