ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ କଂଗ୍ରେସ ପାର୍ଟିର ତୀବ୍ର ନିନ୍ଦା, ତେନ୍ତୁଳିଖୁଣ୍ଟି ବନ୍ଦ ଓ ଥାନା ଘେରାଉର ଚେତାବନି

add-all

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କୁ ବାରମ୍ବାର ଆକ୍ରମଣ ଘଟଣାକୁ କଂଗ୍ରେସ ତୀବ୍ର ନିନ୍ଦା କରିଛି | ଗତକାଲି ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀ ବ୍ରଜ ବିହାରୀ ମହାକୁଡ଼ଙ୍କୁ କିଛି ଯୁବକ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି | ଏହାକୁ ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ତୀବ୍ର ନିନ୍ଦା କରିବା ସହ ସମସ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛି | ନଚେତ ଆଗାମୀ ଦିନରେ ତେନ୍ତୁଳିଖୁଣ୍ଟି ବନ୍ଦ କରିବା ସହ ଥାନା ଘେରାଉ କରିବ ବୋଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ଆଦିବାସୀ ସେଲ ସଭାପତି ଦିଲ୍ଲୀପ ପ୍ରଧାନୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି |

ସ୍ଥାନୀୟ ତେନ୍ତୁଳିଖୁଣ୍ଟି ଶିଵ ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଧାନୀ ଙ୍କ ସହ ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରହଲ୍ଲାଦ ହିଆଲ,ଜିଲ୍ଲା ସାଧାରଣ ସମ୍ପାଦକ ଭୀମସେନ ପାଣିଗ୍ରାହୀ,ବରିଷ୍ଠ କଂଗ୍ରେସ ନେତା କିଶୋର ସିଂହ,ବସନ୍ତ ପାଣିଗ୍ରାହୀ,ପୂର୍ବତନ ସରପଞ୍ଚ ବୃନ୍ଦାବନ ବିଷୋୟୀ,ସୁନୀଲ ସିଂହ ପ୍ରମୁଖ ଉପସ୍ଥିତ ରହି ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କୁ ଦୃଢ ନିନ୍ଦା କରିଛନ୍ତି | ଯନ୍ତ୍ରୀ ଜଣଙ୍କ ନିଜ ଅଫିସ କାର୍ଯ୍ୟାଳୟ ରେ ବସି ସରକାରୀ କାର୍ଯ୍ୟ କରୁଥିଲେ | ଏହି ସମୟରେ କିଛି ଯୁବକ ଆସି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରି ଯନ୍ତ୍ରୀଙ୍କ ମୁଣ୍ଡ ଫଟେଇଦେବା ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କଂଗ୍ରେସ କହିଛି | ଯାହାକି ତେନ୍ତୁଳିଖୁଣ୍ଟି ବ୍ଲକର ଅସ୍ମିତା ପ୍ରତି ପ୍ରଶ୍ନ ଉଠୁଛି | କାର୍ଯ୍ୟରତ ସରକାରୀ ଅଧିକାରୀ ମାନଙ୍କୁ ଭୟଭୀତ କରି ଏଭଳି ମାଡ଼ ହେଉଥିବା ପ୍ରସଙ୍ଗ କୁ କଂଗ୍ରେସ ତୀବ୍ର ନିନ୍ଦା କରିଛି | ଅପରପକ୍ଷରେ ପୁଲିସ ର କାର୍ଯ୍ୟାନୁଷ୍ଠାନ ରେ ଶିଥିଳତା ଅଭିଯୋଗ କରି ସମାଲୋଚନା କରାଯାଇଛି | ଆଜିର ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ର ବ୍ଲକ ଯୁବ କଂଗ୍ରେସ ସଭାପତି ପଙ୍କଜ ଖୁରା,ଅଜୟ ହିଆଲ,ନକୁଳ କର୍କରା, ସୁବାଷ କର୍କରା,ରୁନୁ ପାଣି,ବାବୁଲା ଖୁରା ପ୍ରମୁଖ ଉପସ୍ଥିତ ଥିଲେ |

ad-week
Leave A Reply

Your email address will not be published.