ଆସିକା ବିଜେଡ଼ି ରେ ରାଜନୈତକ ମାହୋଲ ସରଗରମ…..!

add-all

କେଉଁ ଡ଼ଙ୍ଗାରେ ପାଦ ଥାପିବେ ନିର୍ବାଚିତ ପ୍ରତିନିଧି ବିଜେଡ଼ି କାର୍ଯ୍ୟାଳୟରେ ବୈଠକ….


ବ୍ରହ୍ମପୁର:୬-୮ଗତ ସାଧାରଣ ନିର୍ବାଚନ ପରେ ଆସିକା ବିଜେଡ଼ି ଦଳରେ ନୈରାଶ୍ୟ ଦେଖା ଦେଇଥିଲା। ପୁଣି ନୂତନ ସରକାର ଗଠନ ପରେ ବିଜେଡ଼ି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ମାନେ ନିର୍ବାଚନ ପରେ ଏବେ ବିଜେପି ସହ ଆଡ଼ଜାଷ୍ଟ ହେବାକୁ ପ୍ରୟାସ କରୁଥିବା ନେଇ ଚର୍ଚ୍ଚା ହେଉଛି। ଏହି ଖବର ପ୍ରଚାର ହେବା ଆଜି ଆସିକା ବିଜେଡ଼ି କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ କିଛି ଆଗ ଧାଡ଼ିର ନେତା ମାନଙ୍କ ଦେଖା ମିଳିନଥିଲା। ଆସିକା ରେ ବିଭିନ୍ନ ସରକାରୀ ବିଭାଗ ରେ ପାଦ ପାଦରେ ଦୁର୍ନୀତି ଭରି ରହିଥିବା ନେଇପୂର୍ବରୁ ଗଣମାଧ୍ୟମ ରେ ପ୍ରକାଶ ପାଇଛି। ଏଭଳି ପରିସ୍ଥିତି ରେ ଯଦି ବିଜେପି ସହ ଆଡ଼ଜେଷ୍ଟ ନହେଲେ ନେତା ମାନଙ୍କୁ ନାକେଦମ ହେବାର ଭୟ ଘାରିଛି। ଏହି କାରଣ ରୁ ବହୁ ସରପଞ୍ଚ ସମିତି ସଭ୍ୟ ଏବେ ବିଜେପି ଆଡ଼େ ଢଳି ବାର ସମ୍ଭାବନା ଦେଖା ଦେଇଛି। ବାହାରେ ଚା ଖଟିରେ ଲୋକେ କଥା ହେଉଛନ୍ତି, “କୋଇ ମୁର୍ଗୀ ଚୋର ତ କୋଇ ଆଣ୍ଡା ଚୋର” ବୋଲି ଚାହା ଖଟିରେ ଆଲୋଚନା ହେଉଛି l

ad-week
Leave A Reply

Your email address will not be published.