ବ୍ରହ୍ମପୁରରୁ ଚୋରି ହୋଇଥିବା ବସ ଗଞ୍ଜାମରୁ ଉଦ୍ଧାର…

add-all

ବ୍ରହ୍ମପୁର : ବ୍ରହ୍ମପୁର ସହରରୁ ଚୋରି ହୋଇଥିବା ଘରୋଇ ବସ ଖମ୍ବେଶ୍ବରୀ ମଙ୍ଗଳବାର ଗଞ୍ଜାମରୁ ଉଦ୍ଧାର ହୋଇଥିବା ଜଣାପଡିଛି। କେହି ଦୁର୍ବୃତ୍ତ ଚୋରି କରି ବସଟିକୁ ଏଠାରେ ଛାଡି ଚାଲି ଯାଇଥିବା ଅନୁମାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଓଡ଼ି୦୭ଏଇ ୯୧୮୧ ଚାରିଦିନ ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ସ୍ଥିତ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ପେଟ୍ରୋଲ ପମ୍ପ ଠାରେ ଥିଲା। ସକାଳେ ସେଠାରେ ଗାଡି ନଥିବା ଦେଖି ପେଟ୍ରୋଲ ପମ୍ପ କର୍ମଚାରୀ ବସ ମାଲିକଙ୍କୁ ଖବର ଦେଇଥିଲେ। ଏନେଇ ମାଲିକ ସୁବାଷ ଚନ୍ଦ୍ର ପଟ୍ଟନାୟକ ବସ ଚୋରି ହୋଇଥିବା ବୈଦନାଥପୁର ଥାନାରେ ଅଭିଯୋଗ କରିଥିଲେ। ଅନ୍ୟ ଏକ ଖମ୍ବେଶ୍ବରୀ ବସ ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ବେଳେ ବସଟି ସୂର୍ଯ୍ୟନାରାୟଣପୁର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଦେଖି ମାଲିକଙ୍କୁ ଜଣାଇବା ପରେ ମାଲିକ କାର ଯୋଗେ ଉକ୍ତ ସ୍ଥାନରେ ପହଞ୍ଚି ଗଞ୍ଜାମ ଥାନା ପୁଲିସ ସହାୟତାରେ ବସକୁ ଉଦ୍ଧାର କରିଥିଲେ। ଚାବି ନଥିବା ଯୋଗୁ ମେକାନିକ ସାହାଯ୍ୟରେ ଗାଡି ଷ୍ଟ୍ରାଟ କରିଥିଲେ। ଉକ୍ତ ଗାଡି ଚଳାଉଥିବା ଡ୍ରାଇଭର ଛୁଟିରେ ଥିବା ବେଳେ ସେଠାର ସିସିଟିଭି ଯାଞ୍ଚ କରିବା ପରେ ପ୍ରକୃତ ଚୋର ଧରା ପଡିବ ବୋଲି ମାଲିକ ଗଣମାଧ୍ୟମକୁ କହିଛନ୍ତି।

ad-week
Leave A Reply

Your email address will not be published.