ଚିକିଟୀରେ ଖୋଲା ହେଲା ମୋ ଖତ କାଉଣ୍ଟର

add-all

ଚିକିଟୀ : ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ମୋ ଖତ କାଉଣ୍ଟର ଆନ୍ଧ୍ରା ବ୍ୟାଙ୍କ ସ୍ଥିତ ମାର୍କେଟ କଂପ୍ଲେକ୍ସ ରେ ଉଦଘାଟନ କରାଗଲା। ଏହି କାଉଣ୍ଟର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଉଦଘାଟନ କରିଥିଲେ।ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଏହି ଖତ ଜନସାଧାରଣ ଙ୍କ ପାଇଁ କିଲୋ ପିଛା ୧୦/- ଦରରେ ଉପଳବ୍ଧ କରିବାକୁ ଏହି କାଉଣ୍ଟର ଖୋଲା ଯାଇଛି ବୋଲି କହିଥିଲେ। ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ସମସ୍ତ କାଉନ୍ସିଲର, ପରିଷଦ ର କର୍ମଚାରୀ ବୃନ୍ଦ, ସ୍ଵଛ ସାଥି, ସ୍ଵଛ ସୁପର ଭାଇଜର ଓ ଜନ ସାଧାରଣ ଉପସ୍ଥିତ ଥିଲେ।ଏହି ମାର୍କେଟ କଂପ୍ଲେକ୍ସ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଗରୁ ଏକ 3R(Reduce, Reuce, Recycle)କାଉଣ୍ଟର ଅବସ୍ଥିତ। ଏଠାରେ ନିଜ ପାଖରେ ଥିବା ପୁରୁଣା ବସ୍ତ୍ର, ଘରର ବ୍ୟବହାର ହେଉନଥିବା ବସ୍ତୁ ବିଶେଷ ଆଦି ଦାନ କରିବାର ସୁବିଧା ଥିବାବେଳେ ଆବଶ୍ୟକ ଥିବା ଲୋକ ସେହି ବସ୍ତୁକୁ ଏହିଠାରୁ ବିନା ମୂଲ୍ୟରେ ନେଇପାରିବେ।

ad-week
Leave A Reply

Your email address will not be published.