କାଠମିଲ୍ ରେ ଆହତଙ୍କୁ ସହାୟତା କଲା ଗୋପବନ୍ଧୁ ସେବା ସମିତି

add-all

ଚିକିଟୀ : ଏହି ଅଞ୍ଚଳର ସ୍ବେଚ୍ଛାସେବୀ ସଙ୍ଗଠନ ଗୋପବନ୍ଧୁ ସେବା ସମିତି ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ର ଜଣେ କାଠ ମିଲ ରେ ଆହତ ଶ୍ରମିକ ଙ୍କୁ ଚିକିତ୍ସା ପାଇଁ ସହାୟତା ର ହାତ ବଢ଼େଇଛନ୍ତି। ଆହତ ଜଣକ ହେଉଛନ୍ତି ପଲାସା ନିର୍ବାଚନ ମଣ୍ଡଳୀ ମଞ୍ଜୁସା ମଣ୍ଡଳ ହୁନାଳି ଗ୍ରାମ ର ରାବଣ ମହାନ୍ତି। ରାବଣ ଗୁଜରାଟ ର କାଠ ମିଲ ରେ କାମ କରୁଥିବା ବେଳେ ମେସିନ ଲାଗି ବାମ ହାତ ର ତିନି ଆଙ୍ଗୁଳି କଟି ଆଉ ବ୍ୟବହାର ଯୋଗ୍ୟ ଅବସ୍ଥା ରେ ନାହିଁ। କିଛି ଦିନ ପରେ ପୁଣି କାଠ ଗଣ୍ଡି ବାମ ଗୋଡ ରେ ପଡ଼ି ଗୁରୁତର ଭାବେ ଆହତ ହୋଇ ଚିକିତ୍ସା କରେଇଥିଲେ। କିନ୍ତୁ ସେହି କ୍ଷତ ଭଲ ହେଉନଥିବା ବେଳେ ଆର୍ଥିକ ଅନାଟନ ଚିକିତ୍ସା ରେ ବାଧା ସାଜିଥିଲା। ଖବର ପାଇ ଗୋପବନ୍ଧୁ ସେବା ସମିତି ପହଞ୍ଚି ପାଞ୍ଚ ହଜାର ଟଙ୍କା ର ସହାୟତା ରାଶି ପ୍ରଦାନ କରି ଶୁଭ କାମନା ଜଣାଇଛନ୍ତି।ହୁନାଳି ଗ୍ରାମ ର ଯୁବ ଗୋଷ୍ଠୀ ମଧ୍ୟ କିଛି ଆର୍ଥିକ ସାହାଯ୍ୟ କରି ରାବଣ ଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ତେବେ ଦୁଇ ଝିଅ ଙ୍କ ବାହାଘର ପାଇଁ ଯାହା କିଛି ସଞ୍ଚୟ କୁ ସାରିଦେଇଛନ୍ତି ରାବଣ। ଏକ ମାତ୍ର ରୋଜଗାର କ୍ଷମ ହେଉଥିବା ହେତୁ ସ୍ବାମୀ ସ୍ତ୍ରୀ ଦୁଇ ପ୍ରାଣୀ ଆହତ ଯୋଗୁଁ ଦୁଇ ଓଳା ଖାଦ୍ୟ ଯୋଗାଡ଼ କରିବା ରେ ମଧ୍ୟ ସକ୍ଷମ ହୋଇପାରୁନାହାନ୍ତି। ତେଣୁ ସହୃଦୟ ବ୍ୟକ୍ତି ତାଙ୍କୁ ଆରୋଗ୍ୟ ପାଇଁ ସହଯୋଗ ର ହାତ ବଢ଼େଇବା ପାଇଁ ସଦନ ତରଫରୁ ଅନୁରୋଧ କରାଯାଇଛି।

ad-week
Leave A Reply

Your email address will not be published.