
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ ଵର୍ଷିଆ ନାବାଳିକା ଅସଦାଚରଣର ୧୭ଜଣ ସାକ୍ଷୀ ଆଧାରରେ ବିଚାର କରି ମୁକେଶ କୁମାର ନାୟକ ୩୮ବର୍ଷ ଦାରିଙ୍ଗବାଡି, ଜିଲ୍ଲା କନ୍ଧମାଳକୁ ଦୋଷୀ ସାବ୍ୟସ୍ତ କରି ୩ଵର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୯ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟ ସ୍ବତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ l ସୁଚନା ଅନୁସାରେ ତା ୦୧.୦୫.୨୦୧୬ରିଖ ରେ ଅଭିଯୁକ୍ତ କୁକୁଡ଼ା କିଣିବାକୁ ବୁଲେରୋ ଗାଡ଼ି ନେଇ ପିଡୀତାର ଘରକୁ ଯାଇଥିଲା । ପିଡୀତା ଘରେ କୁକୁଡା ନ ଥିବାରୁ ଅଭିଯୁକ୍ତ, କୁକୁଡ଼ା ଥିବା ଘର ଦେଖାଇ ଦେବାକୁ ପିଡୀତାକୁ ସାଙ୍ଗରେ ନେଇଥିଲା ଏବଂ କିଛି ଦୂରରେ ଥିବା ଅର୍ଦ୍ଧ ନିର୍ମିତ ଘର ଭିତରେ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ପିଡୀତା ଅଭିଯୁକ୍ତ ଠେଲି ଦେଇ ଘରକୁ ପଳାଇ ଯାଇ, ଏସବୁ ଘଟଣା ଘରେ କହିବାରୁ, ପିଡୀତା ର ପିତା ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଥାନା କେଶ୍ ନମ୍ଵର୍ ୬୫/୨୦୧୬ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲେ। ଅଦ୍ୟ ତା ୦୯.୦୮.୨୦୨୪ରିଖ ରେ ବିଚାରପତି ମହାଶୟ ଉକ୍ତ ରାୟ ପ୍ରକାଶ କରିଛନ୍ତି।