ଆସିକା ସହରର ଗ୍ରାହକଙ୍କ ବିଦ୍ୟୁତ ବିଲ ପୈଠ କେନ୍ଦ୍ର ସ୍ଥାନାନ୍ତରକୁ ନେଇ ଅସନ୍ତୋଷ….

ଆସିକା : ଆସିକା ସହର ର ବିଦ୍ୟୁତ ବିଲ ସତ୍ୟନାରାୟଣ ମନ୍ଦିର ଠାରେ ଦୀର୍ଘ ବର୍ଷ ହେଲା ପୈଠ କରାଯାଉଥିଲା। ଚଳିତ ମାସ ଏକ ତାରିଖ ରୁ ତାଲୁକା ବିଦ୍ୟୁତ କେନ୍ଦ୍ରକୁ ସ୍ଥାନ୍ତର କରାଯାଇଛି। ସହର ର ଗ୍ରାହକ ବିଦ୍ୟୁତ ବିଲ ପୈଠ କରିବାକୁ ଆସି ଅଫିସ ତାଲୁକା ବିଦ୍ୟୁତ କାର୍ଯ୍ୟାଳୟ କୁ ଚାଲିଯାଇଥିବା ଯୋଗୁଁ ଅସନ୍ତୋଷ ହୋଇ ଫେରୁଥିବା ଦେଖିବାକୁ ମିଳୁଛି। ଅଧିକାଂଶ କରି ମହିଳା ମାନେ ସତ୍ୟନାରାୟଣ ମନ୍ଦିର ସ୍ଥିତ କାର୍ଯ୍ୟାଳୟ କୁ ଆସି ବିଦ୍ୟୁତ ବିଲ ପୈଠ କରିବାକୁ ଆସୁଥିଲେ। ବର୍ତ୍ତମାନ ପରିସ୍ଥିତି ରେ ତାଲୁକା ଯାଇ ଅଧିକ ଖର୍ଚ୍ଚାନ୍ତ ହେବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆସିକା ସହରର ପୂର୍ବରୁ ଯେଉଁ ପରି ସତ୍ୟନାରାୟଣ ମନ୍ଦିର ଠାରେ ପୈଠ କେନ୍ଦ୍ର ଥିଲା ପୁଣି ସେଠାରେ ଟଙ୍କା ଆଦାୟ ପୁନଶ୍ଚ କରିବାକୁ ଦାବୀ ହେଉଛି।

ad-week
Leave A Reply

Your email address will not be published.