ନବରଙ୍ଗପୁର ଜିଲ୍ଲାରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଛି। ସ୍ବାଧୀନତା ସଂଗ୍ରାମୀ ସହିଦ ସ୍ମୃତି ସଂସଦ ଆନୁକୁଲ୍ୟ ରେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ପାଳନ କରାଯାଇଛି। ନବରଙ୍ଗପୁର କୋଷାଗାର କାର୍ଯ୍ୟାଳୟ ପରିସର ରେ ଥିବା ବ୍ରିଟିଶ ଶାସନ କାଳର ପୁରୁଣା ଜେଲ ନିକଟରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଫୋଟ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ କ୍ରାନ୍ତି ଦିବସ ପାଳନ କରାଯାଇଥିଲା।
ଶହୀଦ ସ୍ମୃତି ସଂସଦ ର ସଭାପତି ମନୋରଞ୍ଜନ ତ୍ରିପାଠୀ ଅଗଷ୍ଟ କ୍ରାନ୍ତି ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅବଦାନ ସମ୍ପର୍କ ରେ ଆଲୋକପାତ କରିବା ସହ ବ୍ରିଟିଶ ଅମଳ ର ପୁରୁଣା ଜେଲ ସମ୍ପର୍କ ରେ ସୂଚନା ଦେଇଥିଲେ। ୧୯୩୭ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ରେ ସ୍ବାଧୀନତା ସଂଗ୍ରାମ ରେ ଶହ ଶହ ସଂଗ୍ରାମୀ ଝାସ ଦେବା ପରେ ୧୯୩୯ ରେ ନବରଙ୍ଗପୁର ଠାରେ ଏହି ଜେଲ ସ୍ଥାପିତ ହୋଇଥିଲା। ନବରଙ୍ଗପୁର ର ଅନେକ ସ୍ବାଧୀନତା ସଂଗ୍ରାମୀ ଏହି ଜେଲରେ ରହି କାରାବାସ ଭୋଗିଥିଲେ। ଏହି ଜେଲ ରେ ୮ ଜଣ ସ୍ବାଧୀନତା ସଂଗ୍ରାମୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜେଲ ପରିସର ରେ ୩ ଜଣ ଙ୍କୁ କବର ଦିଆଯାଇଥିଲା। ସେହି ଅମର ସ୍ୱାଧୀନତା ସଂଗ୍ରାମୀ ଙ୍କ ଉଦ୍ଦେଶ୍ୟ ରେ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ବିଧାୟକ ଗୌରୀ ଶଙ୍କର ମାଝୀ, ମନୋହର ରନ୍ଧାରୀ,ନଗରପାଳ ଶ୍ରୀ କୁନୁ ନାୟକ,ଅତିରିକ୍ତ ଜିଲ୍ଲପାଳ ନବୀନ ନାୟକ, ମହେଶ୍ୱର ନାୟକ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ଙ୍କ ସମେତ ସ୍ୱାଧୀନତା ସଂଗ୍ରାମୀ ଙ୍କ ଦାୟାଦ ମାନେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.