ଉମରକୋଟରେ ବିଶ୍ଵ ଆଦିବାସୀ ଦିବସ ପାଳିତ

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଦିବାସୀ ଜନ ଜାତି ପକ୍ଷରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି DNK ଡାକ ବଙ୍ଗଳା ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସ୍ଥାନୀୟ ହାଟପଦା ଠାରେ ପହଞ୍ଚିଥିଲା । ଏବଂ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଉମରକୋଟ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଂକର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀ ମୋତିରାମ ନାୟକ ପୂର୍ବତନ ସାଂସଦ ରମେଶ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଆଦିବାସୀ ମାନେ କିପରି ନିଜର ବିକାଶ କରିପାରିବେ ଏବଂ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହୋଇପାରିବେ ଏବଂ ବର୍ତମାନ ସମାଜ ରେ ଚାଲିଥିବା ବିଭିନ୍ନ କୁସଂସ୍କାର କିପରି ଦୂର କରାଯାଇ ପାରିବ ସେଥି ପ୍ରତି ସଚେତନ କରାଇବା, ଏବଂ ଲୁପ୍ତ ପାଉଥିବା ଆଦିବାସୀ ସାଂସ୍କୃତିକ ଓ ପରମ୍ପରା କୁ ପୁନରୁଦ୍ଧାର କରିବା , ଶିକ୍ଷା ଓ ସ୍ଵାସ୍ଥ୍ୟ କିପରି ଆଦିବାସୀ ଙ୍କ ଉନ୍ନତି ହେଇପାରିବ ସେହି ବିଷୟରେ ଆଲୋଚନା ହୋଇଥିଲା।ଏ କାର୍ଯ୍ୟକ୍ରମ ରେ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.