କଣମଣା ମଣ୍ଡଳ ପକ୍ଷରୁ ହରଘର ତ୍ରିରଙ୍ଗା ପାଇଁ ବ୍ୟାପକ ପ୍ରସ୍ତୁତି

add-all

ଛତ୍ରପୁର : ଗଂଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟିର କଣମଣା ମଣ୍ଡଳ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏନେଇ ବାଟଛତ୍ରପୁର ସ୍ଥିତ ସପନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସଭାପତି ଏନ.ଦୀବନ୍ଧୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଆହ୍ୱାନକ୍ରମେ ଦେଶରେ ନାଗରିକ ମାନଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରିବା ସହ କଷ୍ଟ ଲବ୍ଧ ସ୍ୱାଧିନତା ପାଇଁ ବଳିଦାନ କରିଥିବା ସହୀଦ ମାନଙ୍କ ଉଦ୍ଦେଶ୍ୟରେ ଏକ ଭାରତ ଶ୍ରେଷ୍ଠ ଭାରତ ଭାବେ ଗଢି ତୋଳିବା ପାଇଁ ସବୁ ଘରେ ଅଗଷ୍ଟ ୧୩ ରୁ ୧୫ ମଧ୍ୟରେ ଜାତୀୟ ପତାକା ଲାଗାଇବା ପାଇଁ ଏ କାର୍ଯ୍ୟକ୍ରମ ବୋଲି ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସମ୍ପାଦକ ତଥା ଆଇନଜିବୀ ପଦ୍ମ ଚରଣ ସାହୁ ପ୍ରକାଶ କରିଛନ୍ତି । ଏଥି ନିମନ୍ତେ ମଣ୍ଡଳ ଅଧୀନରେ ଥିବା ସମସ୍ତ ପଞ୍ଚାୟତ ରେ ସଚେତନତା କରାଇବା, ସ୍ୱଚ୍ଛ ଭାରତ, ମା ପାଇ ଗଛ ଟିଏ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ହର ଘର ତ୍ରିରଙ୍ଗା ନିମନ୍ତେ ବିଦ୍ୟାର୍ଥୀ ମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗ ଲୋକଙ୍କୁ ସାମିଲ କରି ରାଲି ସହ ବିଭିନ୍ନ କାର୍ଯ୍ୟକ୍ରମ କରିବା ନିମନ୍ତେ କୁହାଯାଇଥିଲା । ଏହି ବୈଠକରେ କଣମଣା ମଣ୍ଡଳର ସାଧାରଣ ସମ୍ପାଦକ ବାଦଲ କୁମାର ବେହେରା, ପି.ରାମବାବୁ , ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ପୂର୍ବତନ ସରପଞ୍ଚ ପାର୍ବତୀ ଦାସ, ଆଇନଜିବୀ ପି.ଧର୍ମା ରେଡ୍ଡୀ, ରାଜେନ୍ଦ୍ର ପଲାଇ,ବି.ଶଙ୍କର ରେଡ୍ଡୀ, ପି. ଲମ୍ବୋଦର ରେଡ୍ଡୀ , ଯୁବମୋର୍ଚ୍ଚା ସଭାପତି ବିଜୟ କୁମାର ସାହୁ , ଉପସଭାପତି ନନ୍ଦକିଶୋର ସାହୁ , ବି .ମୁକୁଡୁ , ଜି.ଜଗନ୍ନାଥ , ଜି.ଦାଲେୟା, ଏନ. ଗୋପାଳ, ତ୍ରିନାଥ ରେଡ୍ଡୀ, ଗୋପାଳସ୍ୱାମୀ, ଇ. ଦାନେୟା, କୁର୍ମା ରାଓ, ଲିଙ୍ଗରାଜ ବେହେରା ଓ ଜି.କାମେୟାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ଶେଷରେ ନନ୍ଦ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.