ଗାଙ୍ଗପୁର ଥାନାରେ ଥିବା ଜବତ ଚୋରା ବାଲିଗାଡ଼ିର ଲେଖା ଛିଡୁନି….!

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏବେବି ଚୋରାରେ ବାଲି ଚାଲାଣ ହେଉଛି। ଗତ ଜୁଲାଇ ଶେଷ ସପ୍ତାହ ରେ ସୋରଡ଼ା ବିଧାୟକ ଆସିକା ବ୍ଲକ ଅନ୍ତର୍ଗତ ଆମ୍ବପୁଆ ନିକଟରେ ଥିବା ନଦୀରୁ ବେଧଡକ ଚୋରାରେ ବାଲି ଚାଲାଣ ହେଉଥିବା ବେଳେ ଖଣି, ରାଜସ୍ୱ ବିଭାଗ ଓ ପୋଲିସ କୁ ଖବର ଦେଇଥିଲେ। ଏହି ଚୋରା ବାଲି ଚାଲାଣ ଆସିକା ଅଞ୍ଚଳ ରେ ହେଉଥିଲେ ବି କୁଆଡ଼େ ଡ଼ିଲ ନହେବା ଫଳରେ ଏହି ଧରପଗଡ଼ ହୋଇଥିବା ଚର୍ଚ୍ଚା ହୋଇଥିଲା।ଗାଡ଼ି ଜବତ ହେବାର ଦୁଇ ସପ୍ତାହ ହୋଇଥିଲେ ବି ଛତ୍ରପୁର ଠାରୁ ଆରମ୍ଭ କରି ଭଞ୍ଜ ନଗର ଓ ଆସିକା ରେ କୁଆଡ଼େ ଲେଖା ଛିଡୁନ ଥିବା ନେଇ ଜୋର ଦାର ଚର୍ଚ୍ଚା ହେଉଛି। ଜବତ ହୋଇଥିବା ଗାଡ଼ିକୁ ମୁକୁଳାଇବା ପାଇଁ ଜଣେ ରାଜନେତା ଓ ମାଫିଆ ମିଶି ଏକ ବଡ଼ ଡ଼ିଲ କରିବାକୁ ଘନ ଘନ ଗୁପ୍ତ ବୈଠକ ବସୁଥିବା ଏବେ ଚର୍ଚ୍ଚା ହେଉଛି। ଦେଖାଯାଉ ବାବୁ, ନେତା ମାନଙ୍କୁ ମାଫିଆ ମାନେ କିପରି ଖୁସ କରୁଛନ୍ତି, ସେ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଲାଣି।

ad-week
Leave A Reply

Your email address will not be published.