ଦିବ୍ୟାଙ୍ଗ ଖେଳାଳି ଙ୍କୁ ସମ୍ମାନିତ କଲା ଗୋପବନ୍ଧୁ ସେବା ସଦନ

add-all

ଚିକିଟୀ : ଏହି ବ୍ଲକ ସୁରଳ ଗ୍ରାମ ର ଦିବ୍ୟାଙ୍ଗ ପାରା କ୍ରିକେଟ ଖେଳାଳି ଙ୍କୁ ସମ୍ମାନିତ କରିଛି ଗୋପବନ୍ଧୁ ସେବା ସଦନ। ଖେଳାଳି ଜଣକ ହେଉଛନ୍ତି ୩୫ ବର୍ଷୀୟ ତିରୁପତି ରେଡ୍ଡୀ। ଜନ୍ମ ରୁ ତାଙ୍କ ଦୁଇ ଗୋଡ଼ କାମ କରୁନଥିଲେ ମଧ୍ୟ ଖେଳକୁଦ , ଚିତ୍ରାଙ୍କନ ପ୍ରତି ରୁଚି ରହିଥିବା ବେଳେ ବାଇକ୍ ଓ ସାଇକେଲ ମରାମତି ରେ ମଧ୍ୟ ଧୁରନ୍ଧର। ହ୍ବିଲ ଚେୟାର ରେ ତିରୁପତି ଜାତୀୟ ସ୍ତରର ପାରା କ୍ରିକେଟ ଖେଳି ସେ ବହୁ ସୁନାମ ଅର୍ଜନ କରିଥିବା ବେଳେ ଆନ୍ତର୍ଜାତୀୟ ସ୍ତର ରେ ମଧ୍ୟ ଶ୍ରୀଲଙ୍କା ସହ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବଣ ମଲ୍ଲୀ ପରି ସେ ସମସ୍ତ ଙ୍କ ପାଇଁ ଅଲୋଡ଼ା ହୋଇପଡ଼ିଥିବା ବେଳେ ସଭାପତି ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱ ରେ ଗୋପବନ୍ଧୁ ସେବା ସଦନ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଆର୍ଥିକ ସ୍ତର ରେ ସେ ସମ୍ପୂର୍ଣ ଦୁର୍ବଳ ଥିବା ବେଳେ ବାପା ମା ଙ୍କ ମୃତ୍ୟୁ ପରେ ତିନି ଭଉଣୀ ବାହା ହୋଇ ଶାଶୁ ଘରେ ଓ ଜଣେ ଅବିବାହିତ ଭଉଣୀ ଙ୍କୁ ନେଇ ଏକ ମୁହାଁ ଘରେ ରହି ଚଳୁଛନ୍ତି। ଗେରେଜ ଟେ କରି ଯାହା ଆଦାୟ ହୁଏ ସେଥିରେ ଚଳିବା କଷ୍ଟକର ବ୍ୟାପାର ହୋଇପଡିଛି। ତେଣୁ ସରକାର ଏଭଳି ପ୍ରତିଭାବାନ ଖେଳାଳି ଙ୍କ ପ୍ରତି ସମବେଦନା ଦେଖେଇବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.