ଚିକିଟୀର ବିଭିନ୍ନ ସ୍ଥାନରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

add-all

ଚିକିଟୀ : ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରି ସ୍ୱାଧୀନତା ର ଗାଥା ଗାଉଥିବା ବେଳେ ପ୍ରତ୍ୟେକ ଭାରତୀୟ ଙ୍କ ହୃଦୟ ରେ ଦେଶପ୍ରେମର ଭାବନା ଜାଗ୍ରତ ହୋଇଛି।ତେବେ ସ୍ୱାଧୀନତାର ୭୭ ବର୍ଷ ପୂର୍ତ୍ତି ଉପଲକ୍ଷେ ଘରେ ଘରେ ତ୍ରିରଙ୍ଗା ଉଡୁଥିବା ବେଳେ ଗଞ୍ଜାମ ଜିଲ୍ଲା ଚିକିଟୀ ଏନ ଏ ସି ରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ୭୮ତମ ସ୍ୱାଧୀନତା ଦିବସ। ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ପତାକା ଉତ୍ତୋଳନ କରି ଦ୍ୱୀପ ପ୍ରଜ୍ଵଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀ ଦିବାକର ପଟ୍ଟନାୟକ, ସ୍ବଦେଶ ପ୍ରେମୀ ଗୌର ଚନ୍ଦ୍ର ଦେଓ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଏସ ୟୁ ଜି ବିଲ୍ଡିଂଗ ନିକଟରେ ପହଁଞ୍ଚି ଅନ୍ତେବାସୀ ଙ୍କ ଉପସ୍ଥିତି ରେ ପତାକା ଉତ୍ତଳୋନ କରି ଏମ ସି ସି ନିକଟରେ ପହଞ୍ଚି ପତାକା ଉତ୍ତୋଳନ କରିଥିଲେ |ଏହି ଅବସରରେ ବୃକ୍ଷ ରୋପଣ, ସ୍ୱଚ୍ଛତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଯିବା ସାଙ୍ଗକୁ ଉତ୍ତମ କାର୍ଯ୍ୟ ନେଇ ଏନ ଏ ସି ର ତିନି କର୍ମଚାରୀ ଲୋକନାଥ ସୁବୁଦ୍ଧି, ଜାଗା ମିଶନ,ବାଳକୃଷ୍ଣ ନାୟକ,ପରିମଳ, ମିଥୁନ କୁମାର ସେନାପତି ଙ୍କୁ ମୁକ୍ତା ଯୋଜନା କାର୍ଯ୍ୟ ନେଇ ସମ୍ମାନିତ କରିଥିଲେ ଅଧ୍ୟକ୍ଷା । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ତହସିଲଦାର ବଳଦେବ ବେହେରା, ବିଡ଼ିଓ ଲକ୍ଷଣ ସୋରେନ,ଦୁଇ ରାଜସ୍ବ ନିରୀକ୍ଷକ ବଳରାମ ପ୍ରଧାନ, ଅଶ୍ୱିନୀ ରାଉଳ, ରଘୁନନ୍ଦନ ସାହୁ, ଯୁବ ସାମ୍ବାଦିକ ତ୍ରିପତି ସାହୁ ଅକ୍ଷୟ କୁମାର ସାହୁ ସମସ୍ତ କାଉନସିଲର ଏନ ଏ ସି କର୍ମଚାରୀ ବୃନ୍ଦ ପ୍ରମୁଖ ଉପସ୍ଥିତି ରହି ସ୍ୱାଧୀନତାର ୭୮ ବର୍ଷ ପୂର୍ତ୍ତି ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସମ୍ପର୍କରେ ଆଭିଭାଷଣ ପ୍ରଦାନ କରିଥିଲେ।ସେହିପରି ବ୍ଲକ ର ସମସ୍ତ ସରକାରୀ,ବେସରକାରୀ ଅନୁଷ୍ଠାନରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହେଇଯାଇଛି ଚିକିଟୀ ମହାବିଦ୍ୟାଳୟ ରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଚିକିଟୀ ତହସିଲରେ ତହସିଲଦାର ବଳଦେବ ବେହେରା ,ବ୍ଲକ କାର୍ଯ୍ୟାଳୟ ରେ ବିଡ଼ିଓ ଲକ୍ଷଣ ସୋରେନ, ଗୋଷ୍ଟୀ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟ ରେ ଗୋଷ୍ଟୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା,ପିତାତଳି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧକ୍ଷ ସି ଏଚ ହେମନ୍ତ କୁମାର, ମାଧବନ୍ଧ ଉତ୍କଳ ମଣି ବିଦ୍ୟପୀଠରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଭାନୁମତୀ ଜେନା,ଗିରିସୋଲା ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ଉମା ଜୟନ୍ତୀ, ଚିକିଟୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ସାହୁ, ଧାନଘର ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଙ୍କ ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ଗୁଡିକ ସଫଳ ରୂପାୟନ ହୋଇଥିଲା l

ad-week
Leave A Reply

Your email address will not be published.