କ୍ୟାମେରା ମ୍ୟାନ ଦୁଃଖୀ ଶ୍ୟାମଙ୍କ ଅକାଳ ବିୟୋଗ…

add-all

ଫୁଲବାଣୀ – କନ୍ଧମାଳ ଜିଲ୍ଲାର ଜଣା ଶୁଣା ଏବଂ ସମସ୍ତଙ୍କ ଅତିପ୍ରିୟ ପ୍ରଥମ ତଥା ବରିଷ୍ଠ କ୍ୟାମେରାମେନ ଦୁଃଖୀଶ୍ଯାମ ପ୍ରଧାନଙ୍କ ସୋମ‌ବାର ଭୋରରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା । ସେ କିଛି ଦିନ ତଳେ ଅସୁସ୍ଥ ହୋଇ ଏମ୍ସ ହସିପିଟାଲ ଭର୍ତ୍ତି ହୋଇଥିଲେ ଏବଂ ସେଠାରୁ ସମ୍ପୂର୍ଣ୍ଣ ଭଲ ହୋଇ ଘରକୁ ଫେରି ପୁଣି ବିଭିନ୍ନ ମିଡିଆରେ କାର୍ଯ୍ୟ କରୁଥିଲେ l ଏବେ କିଛି ଦିନ ତଳେ ପୁଣି ଅସୁସ୍ଥ ହୋଇ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଗତକାଲି ରାତିରେ ଘରକୁ ଫେରିଥିଲେ ତେବେ ଭୋରରୁ ତାଙ୍କର ମୃତ୍ୟୁ ହୋଇଥିଲା । ସେ ସରକାରୀ ଅଫିସର ଚତୁର୍ଥ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହ ବେଶ ହସ ଖୁସିରେ କଥା ବାର୍ତ୍ତା ହୋଇ ସମସ୍ତଙ୍କୁ ଆପଣାର କରିପାରୁ ଥିଲେ l କ୍ୟାମେରାମେନ ଦୁଃଖୀଶ୍ଯାମଙ୍କ ଅକାଳ ବିୟୋଗରେ ବରିଷ୍ଠ ସାମ୍ବାଦିକ ଡଃ, ଅରୂପ ଜେନା, ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ସମ୍ପାଦକ ବିରେନ୍ଦ୍ର ସୁବୁଦ୍ଧି,ସହ ସମ୍ପାଦକ ଜୟସେନ ପରିଡା, ତ୍ରିନାଥ ସାହୁ,ଅଜିତ ମହାରଣା, ସୁଜିତ ବେହେରା,ମିଡିଆ ଫୋରମ ସଭାପତି ଡଃ ସୂର୍ଯ୍ୟ ନାରାୟଣ ବେହେରା, ସମ୍ପାଦକ ଶିବ ବିଶ୍ଵାଳ ସାମ୍ବାଦିକ ତଥା ଆଇନଜିବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ପ୍ରଶାନ୍ତ ଜେନା, ରମେଶ ପ୍ରଧାନ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, କ୍ୟାମେରା ମ୍ୟାନ କାହ୍ନା ପଟନାୟକ, ବିଶ୍ବରଂଜନ ସାମନ୍ତରାୟ, ବିଜେଡି ନେତା ତଥା କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ରାଧାମୋହନ ମହାପାତ୍ର, ବରିଷ୍ଠ ସାମାଜ ସେବୀ ଅଶୋକ ପରିଡା ପ୍ରମୁଖ ଗଭୀର ଶୋକ ବ୍ୟକ୍ତି କରିବା ସହ ସ୍ୱର୍ଗତ ଦୁଃଖୀ ଶ୍ୟାମ ପ୍ରଧାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନୁପ୍ତ ପରିବାର ବର୍ଗଙ୍କ ପ୍ରତି ସମ ବେଦନା ଜଣାଇଛନ୍ତି।

ad-week
Leave A Reply

Your email address will not be published.