ପୋଷ୍ଟ ମାଷ୍ଟର ଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ : ଗୁଣିଗାରେଡ଼ି ସନ୍ଦେହ ନେଲା ଜୀବନ, ୫ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ…

add-all

ମାଲକାନଗିରି : ,ଗତ ଶୁକ୍ରବାର ଦିନ ସକାଳୁ ନିଖୋଜ ଥିବା ମାଟେରୁ ପୋଷ୍ଟ ମାଷ୍ଟରଙ୍କ ନିଖୋଜ ହେବା ଓ ୨୪ ଘଣ୍ଟା ପରେ ଗଳିତ ମୃତ ଦେହ ଉଦ୍ଧାର ହେବା ଘଟଣା ଗତ ଦୁଇଦିନ ଧରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଗତକାଲି ମାଲକାନଗିରି ଏସଡିପିଓ ସଚିନ ପଟେଲ ଓ ପଡିଆ ଥାନା ଅଧିକାରୀ ରାମେଶ୍ଵର ପଧାନଙ୍କ ନେତୃତ୍ବରେ ପୋଲିସ ଟିମ୍ ବାରମ୍ବାର ଏହି ଗ୍ରାମକୁ ଗ୍ରସ୍ତ କରି ଗ୍ରାମର ଏକାଧିକ ଲୋକଙ୍କୁ ଜେରା କରିଥିଲେ। ଏହାପରେ ଆଜି ପୋଲିସ ପକ୍ଷ୍ୟରୁ ମାଟେରୁ ପୋଷ୍ଟ ମାଷ୍ଟରଙ୍କ ମୃତ୍ୟୁ ଗୁଣି ଗାରେଡ଼ି କରୁଥିବା ନେଇ ଏକ ସୁଚିନ୍ତିତ ହତ୍ୟା ଘଟଣା ଦର୍ଶାଇ ଘଟଣାର ପର୍ଦ୍ଦାଫାସ କରିଛି। ଦୀର୍ଘ ଦିନ ଧରି ମୃତ ନନ୍ଦା ମାଡକାମି ଦିର୍ଘଦିନ ଧରି ବିଭିନ୍ନ ଗୁଣିଗାରେଡ଼ି କାର୍ଯ୍ୟରେ ଲିପ୍ତ ରହୁଥିବା ସନ୍ଦେହ କରି ଗ୍ରାମର ଦେବା ମାଡକାମି (୧), କେଶା ମାଡକାମି, ଦେବା ମାଡକାମି (୨), କୋଷା ମାଡକାମି ଓ ଦେବା ମାଡକାମି (୩) ମିଳିତ ଭାବେ ଯୋଜନା କରି ନନ୍ଦା ଙ୍କୁ ହତ୍ୟା କରିଥିଲେ। ଏଥିପାଇଁ ପୋଲିସ ଗତକାଲି ରାତିରେ ୫ ଜଣ ଆସାମୀକୁ ଘରୁ ଉଠାଇ ପଚରାଉଚୁରା କରିବାରୁ ସତ୍ୟାସତ୍ୟ ଜଣାପଡ଼ିଥିଲା। ପୋଲିସ ଏହି ୫ ଜଣ ଆସାମୀକୁ ଗିରଫ କରି ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରାଇ କୋର୍ଟ ଚାଲାଣ କରିଥିଲା। ଅନ୍ୟପଟେ
ମୃତ ନନ୍ଦା ମାଟେରୁ ଗ୍ରାମରେ ପୋଷ୍ଟ ମାଷ୍ଟର ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ad-week
Leave A Reply

Your email address will not be published.