ବିଷାକ୍ତ ମଦ ମୃତ୍ୟୁ ଘଟଣା : ସଂଶ୍ଲିଷ୍ଟ ବ୍ୟକ୍ତି ମାନଙ୍କୁ ଗିରଫ କରୁଛି ପୋଲିସ…

add-all


ଚିକିଟୀ— ସ୍ଥାନୀୟ କେ.ନୂଆଗାଁ ଥାନା ଅଧିନସ୍ତ ଜେନାପୁରୁ ରେ ହୋଇଥିବା ବିଷାକ୍ତ ମଦ ବିଭୀଷିକା ରେ ସଂଶ୍ଲିଷ୍ଟ ଥିବା ସମସ୍ତ ବ୍ୟକ୍ତିଙ୍କୁ ଜଣକ ପରେ ଜଣକୁ ପୋଲିସ ପଂଜ୍ଜା ମାରିବାରେ ଲାଗିଛି l ସୂଚନା ପ୍ରକାରେ ଆଜି ମାଉନ୍ଦପୁର ର ପୂର୍ଣ୍ଣ ଚନ୍ଦ୍ର ସାହୁ(୨୪) ପିତା ଭୁବୁନି ସାହୁ ତିନୋଟି ପଲିଥିନ ରେ ମଦ ନେଉଥିବା ବେଳେ ଗୋଡେ଼ଇ ଗୋଡେଇ କାବୁ କରିଥିଲା ପୋଲିସ l ଭୟରେ ଅଭିଯୁକ୍ତ ଜଣକ ଏଣେ ତେଣେ ଦୌଡୁଥିବା ବେଳେ ପୋଲିସ କାବୁ କରି ନେଇଥିବା ସହ ଏତେ ବଡ ଘଟଣା ପରେ ବି କିଭଳି ମଦ ବ୍ୟବସାୟର କାୟା ବିସ୍ତାର ପୁଣି ଚଳାଇବାକୁ ଯୋଜନା ଚାଲିଥିଲା ତାହା କେ.ନୂଆଗାଁ ଥାନା ଅଧିକାରୀ କିଶୋର କୁମାର ସାମଲ ଅଭିଯୁକ୍ତ ଠାରୁ ତଥ୍ୟ ସଂଗ୍ରହ କରିଥିଲେ l ଏନେଇ ଥାନାରେ ଏକ ମଦ ମୃତୁ ୨୫୨/୨୦୨୪ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.