ସାଇ କଲ୍ୟାଣ ମଣ୍ଡପରେ ଜିଲ୍ଲାସ୍ତରୀୟ ଗୁରୁଦିବସ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ ଅନୁଷ୍ଠିତ

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲପାଳ ତଥା ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷ ଡଃ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାର ୧୨୧୫ ଜଣ କୃତୀ ବିଦ୍ୟାର୍ଥୀ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ମାନିତ କରାଯାଇ ଥିଲା ।
ନବରଙ୍ଗପୁର ଜିଲ୍ଲାରେ ଡ୍ରପ ଆଉଟ ହାର ଅଧିକ ଥିବାରୁ ଶିକ୍ଷା ର ମାନଦଣ୍ଡ ବୃଦ୍ଧି ସହ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ରାଜ୍ୟ ସରକାର ଙ୍କ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କରାଯାଇଥିବା ନେଇ ବିଧାୟକ ଗୌରୀ ଶଙ୍କର ମାଝୀ ପ୍ରକାଶ କରିଥିଲେ।
ସେହିପରି ଜିଲ୍ଲାରେ ଶିକ୍ଷା କ୍ଷେତ୍ର ରେ ଗୁଣାତ୍ମକ ବିକାଶ ସହ ଡ୍ରପ ଆଉଟ ହାର ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ଟ୍ରାକିଙ୍ଗ କରାଯାଉଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ଵର୍ମା ନବରଙ୍ଗପୁର ନଗରପାଳ ଶ୍ରୀ କୁନୁ ନାୟକ ଙ୍କ ସମେତ ଜିଲ୍ଲା ଶିକ୍ଷା ବିଭାଗ ର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.