ଛତ୍ରପୁର ପ୍ରେସ କ୍ଲବରେ ବିଘ୍ନ ବିନାଶକ ଗଜାନନଙ୍କ ପୂଜା ଧୁମଧାମ ରେ ପାଳିତ

add-all

ଛତ୍ରପୁର : ଛତ୍ରପୁର ପ୍ରେସ କ୍ଲବ ରେ ଅଗ୍ର ପୂଜ୍ୟ ଗଜାନନଙ୍କ ପୂଜା କୁ ଧୁମଧାମରେ ପାଳନ କରାଯାଇଛି ଗଜାନନ ଙ୍କ ମୂର୍ତ୍ତି ସ୍ଥାପନ କରି ବିଘ୍ନ ବିନାଶକ ଗଜାନନ ଙ୍କୁ ପୂଜା କରାଯାଇଥିଲା । ବିଦ୍ୱାନ ପଣ୍ଡିତଙ୍କ ଦ୍ଵାରା କ୍ଳବ ପରିସରରେ ପ୍ରଭୁ ଗଣେଶଙ୍କୁ ଅବାହନ କରାଯିବା ସହ ହୋମ ଯଜ୍ଞ କର୍ମକାଣ୍ଡ କରାଯାଇଥିଲା ।କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ବିଘ୍ନବିନୟକଙ୍କ ନିକଟରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ। ସେହି ପରି ଆଳତୀ ସମୟରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉପସ୍ଥିତ ରହି ପ୍ରୁଭୁଙ୍କ ଆଶୀଷ ଲାଭ କରିଥିଲେ । ଏହି ପୂଜା ରେ ପ୍ରେସ କ୍ଲବ ସଭାପତି ରବୀନ୍ଦ୍ର ନାଥ ପଣ୍ଡା ଉପ ସଭାପତି ସନ୍ତୋଷ ମିଶ୍ର, ସମ୍ପାଦକ ସରୋଜ ସାମଲ,ସହ ସମ୍ପାଦକ ଦେବବ୍ରତ ପଣ୍ଡା , କୋଷାଧ୍ୟକ୍ଷ କେ ସତ୍ୟ ନାରାୟଣ ରେଡ୍ଡୀ,ଉପଦେଷ୍ଟା ରବୀନ୍ଦ୍ର ପଣ୍ଡା,ଶ୍ରୀକାନ୍ତ ମହାନ୍ତି, କ୍ଷୀରୋଦ ଚନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ବସନ୍ତ କୁମାର ମହାରଣା, ପ୍ରଶାନ୍ତ କୁମାର ମହାରଣା, ସୁଧୀର କୁମାର ନାହାକ, ବିସ୍ମୟ ପ୍ରଧାନ, ଅଜିତ ସ୍ୱାଇଁ, ରବୀନ୍ଦ୍ର ନାହାକ, ସୁଜୟ ସୁପ୍ରକାଶ ଧଳ, ସନ୍ତୋଷ ପାଢ଼ୀ, ଦିଲୀପ ସାମଲ, ସନ୍ତୋଷ ସାହୁ,ପ୍ରଦୀପ ସାହୁ, ବିରେନ ରାଉଳ ,କିଶୋର ଚନ୍ଦ୍ର ମହାନ୍ତି, ସନ୍ତୋଷ କୁମାର ସାହୁ, ଅଶୋକ କୁମାର ବେହେରା, ସାମ୍ବାଦିକ ଗୌର ହରି ମହା ପାତ୍ର କର୍ତା ଭାବେ ବସି ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ

ad-week
Leave A Reply

Your email address will not be published.