ପବିତ୍ର ଶ୍ରୀଗଣେଶ ଚତୁର୍ଥୀ : ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ, ସବୁଠି ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା

add-all

ଛତ୍ରପୁର : ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଧରାପୃଷ୍ଟରେ ଅବତରଣ କରିଛନ୍ତି ଗଜାନନ । ଚଳଚଞ୍ଚଳ ପୁର ପଲ୍ଲୀ । ସବୁଛି ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା । ସେହିପରି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସହ ବିଭିନ୍ନ ସାହି ଗୁଡିକରେ ଏବଂ ଆଖ ପାଖ ଅଂଚଳ ରେ ବହୁ ଧୁମଧାମରେ ଶ୍ରୀ ଗଣେଶ ପୂଜା କରାଯାଉଛି । ସ୍ଥାନୀୟ ଜେଲ ରୋଡ଼ ନିକଟ ଵଜରଙ୍ଗ ନଗର ସ୍ଥିତ ୟୁରୋ ସ୍କୁଲ ପରିସର ରେ ଶ୍ରୀ ଗଜାନନଙ୍କ ପୂଜା କରିବା ସହିତ ହୋମ ଏବଂ ପୂଜା ପାଠ କରିଛନ୍ତି, ଏହି ଅବସର ରେ ସମାଜସେବୀ ଭାସ୍କର ମହାପାତ୍ର, ଏକାଡେମୀ ଡାଇରେକ୍ଟର ପ୍ରମୋଦ କୁମାର ମିଶ୍ର, ମୁଖ୍ୟ ପୃଷ ପୋଷାକ ସସ୍ମିତା ମହାପାତ୍ର ଙ୍କ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ଏବଂ କର୍ମଚାରୀ ଓ ବିଦ୍ୟାର୍ଥୀ ମାନେ ଉପସ୍ଥିତ ଥିଲେ, ସେହିପରି ଗୋପବନ୍ଧୁନଗର, ଗିଲଟିପେଟା ସାହି , ବ୍ୟାରେକ ସାହି ଠାରୁ ଆରମ୍ଭ କରି ଅନସ୍ଲୋ ସରକାରୀ ହାଇସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ମଧ୍ୟ ବଡ଼ ଧୁମଧାମ ରେ ଗଣେଶ ପୂଜା କରାଯାଇଛି,
ତା ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକସଜ୍ଜା ପୂଜା ମାହୋଲକୁ ଆହୁରି ରଙ୍ଗୀନ କରିଛି । ପୂଜାରେ ଯେପରି ବାଧାବିଘ୍ନ ନ ହୁଏ ସେଥିପାଇଁ ବିଭିନ୍ନ ପୂଜା କମିଟିଓ ଅନୁଷ୍ଠାନ ମାନଙ୍କ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।ଏହା ସହିତ ଛତ୍ରପୁର ର କେତେକ ଘରେ ମଧ୍ୟ ଶ୍ରୀ ବିନାୟକ ମୂର୍ତ୍ତି ରଖି ପୂଜା କରାଯାଇଥିବା ଦେଖିବାକୁ ମିଳିଛି

ad-week
Leave A Reply

Your email address will not be published.