ଡିଜେ ପାଇଁ ଥାନା ଅଘଟଣ : ଉତ୍ୟକ୍ତ ଲୋକଙ୍କ ଥାନା ସମ୍ମୁଖରେ ହଟ୍ଟଗୋଳ

add-all

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ବେଲଗାଁ ଥାନାରେ ଶନିବାର ଗଣେଶ ଭସାଣି ରେ ଅଘଟଣ ଘଟିଛି। ଥାନା ସମ୍ମୁଖରେ କିଛି ବ୍ୟକ୍ତି ହଟ୍ଟଗୋଳ ଓ ପୋଲିସ ବିରୋଧରେ ପାଟିତୁଣ୍ଡ କରୁଥିବା ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମଗୁଡିକରେ ପ୍ରଚାରିତ ହେଉଛି। କିଛି ବ୍ୟକ୍ତି କୌଣସି କାରଣରୁ ନ୍ୟାୟ ପାଇନଥିବାରୁ ଥାନା ସମ୍ମୁଖରେ ହଟ୍ଟଗୋଳ କରୁଥିବା ବେଳେ କିଛି ପୋଲିସ କର୍ମଚାରୀ ସେମାନଙ୍କୁ ବୁଝାସୁଝା କରୁଛନ୍ତି। ଅନ୍ୟ ପକ୍ଷରେ ଘଟଣାର କାରଣ ଡିଜେ ବଜାଇବାକୁ କେନ୍ଦ୍ର କରି ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଥିଲା ବେଳେ ଅନ୍ୟ ପକ୍ଷରେ ଏହାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଘଟଣା ନେଇ ଥାନା ଆଇଆଇସି ସ୍ମିତାଞ୍ଜଳୀ ପ୍ରଧାନ ଉତ୍ୟକ୍ତ ଲୋକ ମାନେ ଥାନା ଘେରାଉ କରୁଥିବା ଭଳି ସୋସିଆଲ ମିଡିଆରେ ପ୍ରଚାରିତ ଖବରକୁ ଖଣ୍ଡନ କରିଛନ୍ତି। ଗଣେଶ ମୂର୍ତ୍ତି ଭସାଣି ରେ ଡିଜେ ବଜାଇବାକୁ କିଛି ବ୍ୟକ୍ତି ଅନୁମତି ପାଇଁ ଥାନାକୁ ଆସିଥିଲେ। ସେଥିରେ କିଛି ବ୍ୟକ୍ତି ମଦ୍ୟ ପାନ ପାଟିତୁଣ୍ଡ କରିଥିବା କହିଛନ୍ତି। ଘଟଣାରେ ସ୍ଥାନୀୟ ଜନପ୍ରତିନିଧି, ନେତୃସ୍ଥାନୀୟ ବ୍ୟକ୍ତି ଓ କିଛି ଭଦ୍ରବ୍ୟକ୍ତି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଫଳରେ ଉତ୍ୟକ୍ତ ଓ ପାଟିତୁଣ୍ଡ କରୁଥିବା ବ୍ୟକ୍ତିମାନେ ଥାନା ସମ୍ମୁଖରୁ ହଟିଥିବା ପ୍ରକାଶ।

ad-week
Leave A Reply

Your email address will not be published.