ଚିକିଟୀରେ ସୁଭଦ୍ରା ସଚେତନା ରାଲି

add-all

ଚିକିଟୀ : ଗଞ୍ଜାମ ଜ଼ିଲ୍ଲା ଏହି ବ୍ଲକରେ ଆଜି ପୂର୍ବାହ୍ନରେ ସୁଭଦ୍ରା ସଚେତନା ରାଲି ର ଆୟୋଜନ କରାଯଇଥିଲା। ଏହି ରାଲିର ମଙ୍ଗ ଧରିଥିଲେ ସମ୍ମାନିତ ମହିଳା ଓ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ପାଣିଗ୍ରାହି। ପ୍ରଥମେ ଏହି ଯୋଜନାର ସମସ୍ତ ସୁଫଳ ଓ ଶ୍ରେୟ ମହିଳା ମାନଙ୍କୁ ଆଗକୁ ନେବାକୁ ସାହର୍ଯ୍ୟ କରିବା ଓ କିଭଳି ଏଥିରେ ଯୋଗ୍ୟ ହିତାଧିକାରୀ ପାଇପାରିବେ ସେ ନେଇ ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ। ପରେ ପରେ ଏକ ବିରାଟ ରାଲି ବ୍ଲକ ଅଫିସ ଠାରୁ ଶ୍ଲୋଗlନ ଦେଇ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପଦ ଯାତ୍ରା କରିଥିଲେ। ସେପଟୁ ରାଲିରୁ ଆସି ସୁଭଦ୍ରା ଯୋଜନାର ଫଳକରେ ନିଜର ଦସ୍ତଖତ କରିବା ସହ ମତାମତ ରଖିଥିଲେ। ଏହା ପରେ ଆଦ୍ୟ ଅକ୍ଷର ଏସ ଆକାରରେ ଠିଆ ହୋଇ ସ୍ଲୋଗାନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚିକିଟୀ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ ମଧ୍ୟ ଯୋଗ ଦାନ କରିବା ସହ ସମସ୍ତ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ମାନେ ଯୋଗଦାନ କରିଥିଲେ।

ad-week
Leave A Reply

Your email address will not be published.