
ଛତ୍ରପୁର : ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖା ପକ୍ଷରୁ ଏକାଦଶ ବାର୍ଷିକ ସମ୍ମିଳନୀ ରବିବାର ଛତ୍ରପୁର ସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନରସିଂହ ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ସମ୍ମିଳନୀରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାକୁ ଆଲୋକପାତ କରାଯାଇ ବିଭିନ୍ନ ପ୍ରକାର ର ଦାବୀ ଉପସ୍ଥାପନା କରାଯାଇଥିଲା । ସଂଘ ର ସଧାରଣ ସମ୍ପାଦକ ସୋମନାଥ ସାହୁ ତାଙ୍କ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସ୍ବାର୍ଥ ଦୃଷ୍ଟିରୁ ବିଭିନ୍ନ ସମସ୍ୟାର ବିବରଣୀ ଓ ତାହାର ସମାଧାନ ଏଵଂ ସଂଘର କାର୍ଯ୍ୟାବଳୀ ବିଷୟରେ ବିସ୍ତୃତ ବିବରଣୀ ସଧାରଣ ସମ୍ପାଦକ ଶ୍ରୀ ସାହୁ ଉପସ୍ଥାପନା କରିଥିଲେ ।
ଛତ୍ରପୁର ଠାରେ ସଂଗଠିତ ଏହି ସଂଘ ର ଏକ ସଦଭାବନା ସଭାଗୃହ ର ଆବଶ୍ୟକତା ରହିଛି ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଜିଲ୍ଲାପ୍ରଶାସନ କୁ ଦୃଷ୍ଟି ଆକର୍ଷଣ କରିବା ସାଂଗକୁ ଅନ୍ୟ ରାଜ୍ଯ ଭଳି ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସ୍ବାର୍ଥ କୁ ପୂର୍ଣ୍ଣ ମାତ୍ରାରେ ବିଭିନ୍ନ ସମସ୍ୟା ଯଥା ଚିକିତ୍ସା ଭତ୍ତା, ସ୍ଵାସ୍ଥ୍ୟ ବୀମା, ମହାଙ୍ଗା ଭତ୍ତା, ମେଡିକାଲ ଆଡଭାନ୍ସ, ରେଳ ଯାତ୍ରାରେ ସାନ୍ତ୍ଵନାମୂଳକ ସେବା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ଏବଂ ବରିଷ୍ଠ ନାଗରିକମାନଙ୍କୁ ସାମିଲ କରିବା ଆଦି ଦାବୀ ଉପସ୍ଥାପିତ ହୋଇଥିଲା । ଏହା କିପରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସେ ନେଇ ଆଲୋକପାତ ହୋଇଥିଲା ।
ମୁଖ୍ୟଅତିଥି ଡ଼ଃ. ରାଜେନ୍ଦ୍ର ଦାଶ, ମୁଖ୍ୟବକ୍ତା ଭାବେ ଡ଼ଃ. ଭି. ରାଜେନ୍ଦ୍ର ରାଜୁ, ସମ୍ମାନୀୟ ଅତିଥି ଭାବେ କିଶୋର ଚନ୍ଦ୍ର ଭଞ୍ଜ, ବାନମ୍ବର୍, ପଲେଇ, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ଉପସଭାପତି ହରି କୃଷ୍ଣ ସାହୁ,ସମ୍ପାଦକ କିଶୋର ଚନ୍ଦ୍ର ପାଢ଼ୀ, ନିରୀକ୍ଷକ ଦଣ୍ଡପାଣି, ରାଉଳ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ସମ୍ମିଳନୀର ଗୁରୁତ୍ତ୍ଵ ପ୍ରତିପାଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ରାଉଳ, ଅଶ୍ଵିନୀ କୁମାର ଚୌଧୁରୀ, ଏ. ବିଶ୍ବମ୍ବର, ଭାସ୍କର ଚନ୍ଦ୍ର ସ୍ୱାଇଁ, ପୀତବାସ ପାଣିଗ୍ରାହୀ ପ୍ରମୁଖ ଏହି ସମ୍ମିଳନୀରେ ସକ୍ରୀୟ ସହଯୋଗ କରିଥିଲେ ।।