ଚଳିତ ବର୍ଷ ଧୁମଧାମରେ ପାଳନ ହେବ ମା ଗଜଲକ୍ଷ୍ମୀଙ୍କ ପୂଜା

add-all

ଏଥି ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ, ଉପସ୍ଥିତ ରହିଲେ ଛତ୍ରପୁର ବିଧାୟକ

ଛତ୍ରପୁର : ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ କମ୍ପେ୍ଲକ୍ସ ପରିସରରେ ପୂଜା କମିଟି ପକ୍ଷରୁ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଛି । ଚଳିତ ବର୍ଷ ମା ଗଜଲକ୍ଷ୍ମୀଙ୍କ ପୂଜାକୁ ଧୁମଧାମରେ ପାଳନ କରିବା ନିମନ୍ତେ ପୂଜା କମିଟି ପକ୍ଷରୁ ରବିବାର ସନ୍ଧ୍ୟା ରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି, କର୍ମକାଣ୍ଡ ବିଶେଷଜ୍ଞ ତଥା ପଣ୍ଡିତ ସରୋଜ କୁମାର ଶତପଥିଙ୍କ ଦ୍ୱାରା ବିଭିନ୍ନ ପୂଜା ପାଠ ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ, ଶ୍ରମିକ ନେତା ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ଯୁବ ନେତା ରୁଇନା ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପଣ୍ଡା, ବନୋଜ ନାହାକ ଓ ବାପି ଦାସ , ପୂର୍ବତନ କାଉନସିଲର ବି. ରାଜୁବାବୁ, କାଉନସିଲର ଦେବାଶିଷ ମିଶ୍ର, ଶିକ୍ଷକ ନେତା ରବି ନାରାୟଣ ବେହେରା, ସୁଦାମ ରାଉଳ, ଶତ୍ରୁଘନ ମହାଙ୍କୁଡ, ପ୍ରମୋଦ କୁମାର ସାହୁ, ଅଟଳ ବିହାରୀ ପଟ୍ଟନାୟକ, ସିଏଚ କ୍ରିଷ୍ଣା ରେଡ୍ଡୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ ଏବଂ ପୂଜା କମିଟିର ସମସ୍ତ କର୍ମକର୍ତା ଏବଂ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।ଆସନ୍ତା ୧୫ ତାରିଖ ଦିନ ସନ୍ଧ୍ୟା ସମୟରେ ଜଳଯାତ୍ରା ଓ ଅଙ୍କୁରା ରୋପଣ, ୧ ୬ ତାରିଖ ଦିବା ୧ ୦ଘଣ୍ଟ ୩୦ମିନିଟ୍ ସମୟରେ କାର୍ଯ୍ୟାରମ୍ଭ ଓ ୨୨ ତାରିଖ ଦିନ ୧.୧୫ ମିନିଟ୍ ସମୟରେ ପୂର୍ଣ୍ଣାହୁତି ହେବା ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଛି । ଏହି ପୂଜା ୭ ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରତିଦିନ ମା ଗଜଲକ୍ଷ୍ମୀଙ୍କ ସକାଳ ଆରତୀ ସହିତ ପୂଜାର୍ଚ୍ଚନା ଓ ସନ୍ଧ୍ୟା ଆଳତୀ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ପୂଜା କମିଟି ର ସଭାପତି ବସନ୍ତ କୁମାର ମହାରଣା କର୍ତ୍ତା ଭାବେ ପୂଜା କରିଥିବା ବେଳେ ସମସ୍ତେ ସହଯୋଗ କରିଥିଲେ

ad-week
Leave A Reply

Your email address will not be published.