୭ ଶିକ୍ଷକଙ୍କୁ “ରାଷ୍ଟ୍ର ନିର୍ମାତା” ସମ୍ମାନ ପ୍ରଦାନ

add-all

ଛତ୍ରପୁର : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସବଳ ସମାଜ ଗଠନ ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୭ ଜଣ ଶିକ୍ଷକଙ୍କୁ ସମ୍ମାନଜନକ “ରୋଟାରୀ ରାଷ୍ଟ୍ର ନିର୍ମାତା” ସମ୍ମାନ ପ୍ରଦାନ କରାଯାଇଛି। ଛତ୍ରପୁର ପିଲିବନ୍ଧ ରୋଡ ସ୍ଥିତ କ୍ଲବର ନିଜସ୍ବ ପରିସରରେ ସଭାପତି ଡକ୍ଟର ବିମଳ ପ୍ରସାଦ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସୁରଜିତ ସାମନ୍ତ ରାୟ ମୁଖ୍ୟ ଅତିଥିଙ୍କ ଓ ସୁଜିତ ପଟ୍ଟନାୟକ, ଏସ ରେଖା ମହାନ୍ତି, ଏମ ଧନଞ୍ଜୟ ରେଡ୍ଡୀ, ସ୍ଵାଗତିକା ସାମନ୍ତରାୟ, ନିରଞ୍ଜନ ପାତ୍ର, ରାଜକିଶୋର ବଲ୍ଲଭ ସମ୍ମାନୀତ ଶିକ୍ଷକଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ୭ ଜଣ ଶିକ୍ଷକ/ ଶିକ୍ଷୟତ୍ରୀ ଦିଲ୍ଲୀପ କୁମାର ବେହେରା, ଜେ କୁର୍ମା ରାଓ, ପ୍ରତିମା ଦାଶ, ରଶ୍ମିତା ପଟ୍ଟନାୟକ, ଶିବାନୀ ଦାଶ, ଉଦୟ ରଶ୍ମି ଦାସ ଓ ସୁଦାମ ସଣ୍ଢାଙ୍କୁ ମୂଖ୍ଯ ଅତିଥି ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଓ ବୃକ୍ଷ ଦେଇ ସମ୍ମାନୀତ କରିଥିଲେ। ସମ୍ପାଦକ ଦ୍ବାରିକା ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲବର ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ, ଡମ୍ବରୁଧର ସାହୁ, ଏମ ବାସୁଦେବ ରାଓ, ଇ ନାଗେଶ୍ଵର ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।*

ad-week
Leave A Reply

Your email address will not be published.