ଟ୍ରକ ଧକ୍କାରେ ରୁଟି ବ୍ୟବସାୟୀ ଗୁରୁତର: ବ୍ରହ୍ମପୁର ମେଡିକାଲ ଭର୍ତ୍ତି

add-all

ଛତ୍ରପୁର : ଟ୍ରକ ଧକ୍କା ରେ ଜଣେ ରୁଟି ବ୍ୟବସାୟୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ଭର୍ତ୍ତି ଚିକିତ୍ସା ହେଉଛନ୍ତି | ରବିବାର ସକାଳ ୪ ଟା ସମୟରେ ଛତ୍ରପୁର ଥାନା ଅନ୍ତର୍ଗତ ହୁମର ପଦରମାଳ ସ୍ଥିତ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପ ସାମ୍ନା ଜାତୀୟ ରାଜପଥରେ ସାଇକେଲ ଯୋଗେ ଯାଉଥିବା ଜଣେ ରୁଟି ବ୍ୟବସାୟୀଙ୍କୁ ପଛ ପଟୁ ଏକ ଅଜଣା ଟ୍ରକ୍ ଧକ୍କା ଦେବା ଫଳରେ ଆରୋହୀ ଅତି ଗୁରୁତର ହୋଇ ରୋଡରେ ପଡ଼ିଥିବା ବେଳେ ଘଟଣା ସ୍ଥଳରୁ ଟ୍ରକ ଫେରାର ହୋଇଯାଇଛି l ଗୁରୁତର ବ୍ୟବସାୟୀ ଜଣକ ବେଳଗୁଣ୍ଠା ଥାନା ଅଧୀନସ୍ଥ ଗୋଠୱାରି ଗ୍ରାମର ସନ୍ନ୍ୟାସୀ ବିଷୋୟୀ ବୋଲି ସୂଚନା ମିଳିଛି l ଟ୍ରକ ଧକ୍କା ଫଳ ରେ ସେ ସାଇକେଲରେ ନେଇଥିବା ରୁଟି ଗୁଡିକ ଛିନ୍ ବିନ୍ ହୋଈ ପଡ଼ିଥିବା ସହ ଗୁରୁତର ହୋଈ ରାସ୍ତାରେ ଛଟପଟ ହେଉଥିଲେ l ଉକ୍ତ ସମୟରେ ଅନ୍ଧାର ଥିବାରୁ ରାସ୍ତାରେ ଯାଉଥିବା କେହି ଜଣେ ସହୃଦୟ ବ୍ୟକ୍ତି ୧୦୮ ଆମ୍ବୁଲାନ୍ସ କୁ ଡାକି ଛତ୍ରପୁର ମେଡ଼ିକାଲକୁ ନେଇଥିଲେ, ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ କେସିଜି କୁ ସ୍ଥାନାନ୍ତରିତ କରାଯାଇଥିବା ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି l

ad-week
Leave A Reply

Your email address will not be published.