ବିସିଜି ଟିକାନେଇ ଅସୁସ୍ଥ ଘଟଣା : କ୍ଷେତ୍ର ପରିଦର୍ଶନ ଓ ସଚେତନ କଲା ଜିଲା ସ୍ୱାସ୍ଥ୍ୟ ଟିମ୍

add-all

ବାଲିଗୁଡା, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବିସିଜି ଟିକା ନେଇ ୫୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ନେଇ ୨୧ ତାରିଖରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏହାକୁ ଗୁରୁତ୍ବ ଦେଇ ଜିଲା ସ୍ବାସ୍ଥ୍ୟ ଟିମ କ୍ଷେତ୍ର ପରିଦର୍ଶନ କରିବା ସହ ଅସୁସ୍ଥଙ୍କୁ ଭେଟି ସଚେତନତା କରାଇଛନ୍ତି। ଟିମରେ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା ପ୍ରସନ୍ନ କୁମାର ତ୍ରିପାଠୀ, ବାରଖମା ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ଡା.ଶୁଶାନ୍ତ କୁମାର ମଣ୍ଡଳ, ଜିଲା ପ୍ରକଳ୍ପ ସଂଯୋଜକ ସଂଜୟ କୁମାର ସାହୁ, ସଂଯୋଜକ ସଦାନନ୍ଦ ସାହୁ, ସ୍ବାସ୍ଥ୍ୟ ସୁପରଭାଇଜର ମନୋଜ ପାତ୍ର, ବିପିଏମ ପ୍ରଭଞ୍ଜନ ମଣ୍ଡଳ ଓ ଯକ୍ଷ୍ମା ନିରୀକ୍ଷକ ଦେବାଶିଷ ସାହୁ ପ୍ରମୁଖ ସାମିଲ ଥିଲେ । ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅନ୍ୟମାନଙ୍କୁ ନେଇ ଟିକା ନେବା ପରେ ହେଉଥିବା ପାର୍ଶ୍ବ ପ୍ରତିକ୍ରିୟା ସମ୍ପର୍କରେ ସଚେତନତା କରିଥିଲେ । ପରେ ପରେ ଟୀକା ନେଇ ଅସୁସ୍ଥ ଥିବା ବିଭିନ୍ନ ବ୍ୟକ୍ତି ଙ୍କୁ ଭେଟି ଘା’ କୁ ଦେଖିଥିଲେ । ଏଥିପାଇଁ ଭୟଭୀତ ନହେବାକୁ ଡା.ପ୍ରଶନ୍ନ କୁମାର ତ୍ରିପାଠୀ କହିଛନ୍ତି । ସମଗ୍ର କନ୍ଧମାଳ ଜିଲାକୁ ଯକ୍ଷ୍ମା ରୋଗରୁ ମୁକ୍ତ କରିବା ଆମର ଲକ୍ଷ୍ୟ । ଏଣୁ ସମସ୍ତଙ୍କୁ ଟିକା ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ad-week
Leave A Reply

Your email address will not be published.