ସବ୍ ଡିଭିଜନସ୍ତରୀୟ ଗ୍ରାମୀଣ ଡାକମେଳା ଅନୁଷ୍ଠିତ

add-all

ପାତ୍ରପୁର : ପାତ୍ରପୁର ବ୍ଳକ ଅନ୍ତର୍ଗତ ସୁରଙ୍ଗୀ ଗ୍ରାମ ପଞ୍ଚାୟତ କାର୍ଯାଳୟ ଠାରେ ଦିଗପହଣ୍ଡି ସବ୍ ଡିଭିଜନ ସ୍ତରୀୟ ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ମେଳା ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଡାକ ମଣ୍ଡଳ ର ବରିଷ୍ଠ ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ପଣ୍ଡା ପୂର୍ବତନ ଡାକ ଅଧ୍ୟକ୍ଷ ଶ୍ରୀ ଦିବାକର ପଟ୍ଟନାୟକ ଥିଲେ l ମୁଖ୍ୟଅତିଥିଙ୍କ ଦ୍ଵାରା ମହାପ୍ରଭୁଙ୍କ ତୈଳଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ଏଥିରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ର ମ୍ୟାନେଜର ଶ୍ରୀ S. ଭେଙ୍କଟ ରମଣ ,ଗଣେଶ ସୁର ,ଦିଗପହଣ୍ଡି ସବ୍ ଡିଭିଜନ ର ଡାକ ନିରୀକ୍ଷକ ଶ୍ରୀ ଗଙ୍ଗା ନାରାୟଣ ମହଲିକା, ବୀମା ପ୍ରଚାରକ ଶ୍ରୀ ରୁଦ୍ର ଶଙ୍କର ସାହୁ ପ୍ରମୁଖ ଡାକ ସେବା ତରଫରୁ ଥିବା ଲାଭାଜନକ ବୀମା, ବାଳିକା ମାନଙ୍କ ପାଇଁ “ସୁକନ୍ୟା” ସମୃଦ୍ଧି ଆକାଉଣ୍ଟ, ମହିଳା ସମ୍ମାନ ସଂଚୟ ପତ୍ର,ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା,ଡାକଘର ସଂଚୟ ବ୍ୟାଙ୍କ, ଗ୍ରାମୀଣ ଡାକ ଜୀବନ ବୀମା ପ୍ରଭୃତି ଯୋଜନା ଉପରେ ଆଲୋକପlତ କରିଥିଲେ l ଏହି ଅବସରରେ ବହୁ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.