ସାପ୍ତାହିକ ହାଟରେ ଚାଲିଛି ବେଧଡକ ଭାବେ ଜୁଆଖେଳ ଓ କୁକୁଡା ଲଢେଇ

add-all

ମାଲକାନଗିରି ୨୩/୧୦ : ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଅନ୍ତର୍ଗତ ଟିଗଲ ଗ୍ରାମରେ ସାପ୍ତାହିକ ହାଟ ଚାଲିଥିବା ବେଳେ ହାଟ ଠାରୁ କିଛି ଦୂରରେ ବେଧଡକ ଭାବେ ଜୁଆ ଖେଳ ଓ କୁକୁଡା ଲଢେଇ ଚାଲିଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ବୁଧବାର ଟିଗଲ ସାପ୍ତାହିକ ହାଟ ଚାଲିଥିଲା ବେଳେ ଏହି ହାଟ ନିକଟରେ ଥିବା ପଡିଆରେ ଖୁଡଖୁଡ଼ି ଜୁଆ ଖେଳ ହେଉଥିବା ସହ ଅନେକ ଲୋକେ ଏହି ଜୁଆ ଖେଳରେ ଟଙ୍କା ଲଗାଉଥିବା ଦେଖିବାକୁ ମିଳିଛି। ବେଧଡକ ଭାବେ ଖୋଲାଖୋଲି ରୂପେ ଏହି ଜୁଆ ଖେଳ ଜାରି ରହିଥିବା ବେଳେ ଏହା ନିକଟରେ କୁକୁଡା ଲଢେଇ ଖେଳ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି କୁକୁଡା ଲଢେଇ ଖେଳରେ ମଧ୍ୟ ଲୋକେ ଟଙ୍କା ଲଗାଉଥିବା ଦେଖାଯାଇଛି। ଯଦି ଓ ପୋଲିସ ପକ୍ଷରୁ ଜିଲ୍ଲାରେ କୁକୁଡା ଲଢେଇ ଓ ଜୁଆ ଖେଳ ଉପରେ ରୋକ ଲଗାଇବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି ତେବେ ଏହା ସତ୍ବେ ମଧ୍ୟ ଦିନ ଦ୍ଵିପ୍ରହରରେ ଏହି ଜଣ ଗହଳି ସ୍ଥାନରେ କିପରି ଖୋଲାଖୋଲି ଜୁଆ ଓ କୁକୁଡା ଲଢେଇ ଖେଳ ଚାଲିଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ଆମେ ଏମଭି ୭୯ ଥାନା ଅଧିକାରୀ ସୁବାସ କର୍କରାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ଏହି ଖେଳ ବାବଦରେ ତାଙ୍କ ନିକଟରେ ସେପରି କୌଣସି ସୂଚନା ନାହି। ତଥାବି ଏହାର ତଦନ୍ତ କରି ସେ ଉଚିତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.