ବାସନାପଲ୍ଲୀ ଗ୍ରାମରେ ମା ଗଜଲକ୍ଷ୍ମୀ ପୂଜା ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଉଦଯାପିତ

Independence

ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚିକଲଖଣ୍ଡି ପଞ୍ଚାୟତର ବାସନାପଲ୍ଲୀ ଗ୍ରାମରେ ମା ଗଜଲକ୍ଷ୍ମୀ ପୂଜା ହର୍ଷ ଉଲ୍ଲାସ ମଧ୍ୟରେ ସମାହିତ ହୋଇଯାଇଛି। ବାସନାପଲ୍ଲୀ ଗ୍ରାମର ଯୁବ କମିଟି ମାନଙ୍କ ଦ୍ଵାରା ମା ଗଜଲକ୍ଷ୍ମୀ ପୂଜା ଦୀର୍ଘ ୨୫ବର୍ଷ ଧରି ହୋଇଆସୁଥିବା ବେଳେ ଚଳିତ ବର୍ଷ ସାତ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥି ମଧ୍ୟରେ ମଙ୍ଗଳବାର ସନ୍ଧ୍ୟା ସମୟରେ ସୁ ସଜ୍ଜିତ ଆଲୋକ ତୋରଣ ମାଳା ସଜାଯାଇଥିବା ବେଳେ ମା ଗଜଲକ୍ଷ୍ମୀଙ୍କ ଦିବ୍ୟ ଆଳତୀ ଦର୍ଶନ ଅଷ୍ଟପ୍ରହରୀ ନାମ ଯଜ୍ଞ ଦେଖିବାକୁ ହାଜର ହାଜର ଭକ୍ତଙ୍କ ଭିଡ଼ ଜମିଥିଲା । ନିଆରା ଢଙ୍ଗରେ ପରମ୍ପରା ରୀତି ନୀତି ଅନୁସାରେ ପୂଜା ଅତି ଉତ୍ସବ ମୁଖର ଭାବେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଲକ୍ଷ୍ମୀନୃସିଂହ କୋହଲା ଜଳାଇ ହରିନାମ ଗାନ କରି ସୁନ୍ଦର ପରିବେଶ ମଧ୍ୟରେ ଗୁଞ୍ଜରିତ ହୋଇ ମଜିଯାଇଥିବା ଦେଖିବାକୁ ମିଳିଛି । ମା”ଙ୍କ ଶେଷ ଦିବସ ଅବସରରେ ସମସ୍ତ ଭକ୍ତ ପାଇଁ ପ୍ରସାଦ ବ୍ୟବସ୍ଥା ହୋଇଥିବା ବେଳେ ପ୍ରସାଦ ସେବନ କରି ଭକ୍ତ ଆପ୍ୟାୟିତ ହୋଇ ଖୁସିବ୍ୟାକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋମିୟ ରାଓ , ଦାଲୁ ରେଡ୍ଡୀ, ଭଗବାନ ବେହେରା, ପୁନିଆ ରେଡ୍ଡୀ, ଆସନ୍ତୁ ରେଡ୍ଡୀ, ବାବୁ ରାଓ, ଲିଲୁ ରେଡ୍ଡୀ, ସତ୍ୟ ରେଡ୍ଡୀ, ଚିନା ରେଡ୍ଡୀ ଙ୍କ ସମେତ ସମସ୍ତ ପୂଜା କମିଟି ସଦସ୍ୟ ମାନେ ସହେଯାଗ କରିଥିଲେ ।

ad-week
Leave A Reply

Your email address will not be published.