ସାମ୍ୱାଦିକଙ୍କ ସ୍ବାସ୍ଥ୍ୟ ବୀମା କାର୍ଡ ବଣ୍ଟନ

add-all

ମାଲକାନଗିରି : ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କ ନିମନ୍ତେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ କଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରାଯାଉଛି । ଚଳିତ ବର୍ଷ ମଧ୍ଯ ବିଭାଗ ପକ୍ଷରୁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ସାମ୍ୱାଦିକଙ୍କ ବୀମା କାର୍ଡ ପ୍ରଦାନ କରାଯାଇଛି। ଆଜି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ନିଜ କାର୍ଯ୍ୟାଳୟରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସାମ୍ୱାଦିକଙ୍କୁ ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରିଛନ୍ତି। ସୂଚନା ଥାଉ କି ବିଗତ ବର୍ଷ ଜିଲ୍ଲାରେ ୮୯ ଜଣ ସାମ୍ୱାଦିକ ସ୍ବାସ୍ଥ୍ୟ ବୀମା କାର୍ଡ ପାଇଥିଲେ। ଉକ୍ତ ସାମ୍ୱାଦିକଙ୍କ କାର୍ଡ ନବୀକରଣ କରାଯାଇଛି।

ଚଳିତ ବର୍ଷ ୧୯ ଜଣ ସାମ୍ୱାଦିକ ନୂତନ ଭାବେ ସ୍ବାସ୍ଥ୍ୟ ବୀମା ପାଇଁ ଆବେଦନ କରିଛନ୍ତି। ସର୍ବମୋଟ ଜିଲ୍ଲାରେ ୧୦୮ ଜଣ ସାମ୍ୱାଦିକ ବୀମା ଭୁକ୍ତ ହୋଇଛନ୍ତି। ସୂଚନା ଥାଉ କି ଅନଲାଇନ ମାଧ୍ୟମରେ ଥରେ ବୀମା ନିମନ୍ତେ ଆବେଦନ କରିବା ପରେ ପ୍ରତ୍ୟେକ ବର୍ଷ କାର୍ଡ ନବୀକରଣ ହେବ। ଯଦି କୌଣସି ତଥ୍ୟ ଯୋଡିବାର ଆବଶ୍ୟକ ହୁଏ ପରବର୍ତ୍ତୀ ସମୟରେ ବିଭାଗ ଦ୍ଵାରା ଇ ଅପଡେଟ କରାଯାଇ ପାରିବ। ଏହି ବୀମା କାର୍ଡ ଦ୍ବାରା କର୍ମଜୀବୀ ସାମ୍ବାଦିକଙ୍କ କଲ୍ୟାଣରେ ବହୁତ ସହାୟତା ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଓ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.