ସ୍ୱାଭିମାନ ଅଂଚଳରୁ ବିଏସଏଫ ଯବାନ ଦ୍ୱାରା ମାଓ ଡମ୍ପ ଉଦ୍ଧାର

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳ ଘନବେଢାଏବଂ ଗୋରାସେତୁ 177ବିଏସଏଫ ଯବାନଙ୍କ ଦ୍ୱାରା ବିପୁଳ ପରିମାଣର ମାଓ ଡମ୍ପ ଉଦ୍ଧାର l ମିଳିଥିବା ସୂଚନା ଅନୁଯାଇ ଘନବେଢାଏବଂ ଗୋରାସେତୁ ବିଏସଏଫ କ୍ୟାମ୍ପ ଯବାନକୁ ଅଣ୍ଡ୍ରାପାଲି ପଂଚାୟତ ଅନ୍ତର୍ଗତ ଏରାପଦର ଗାଁ ନିକଟସ୍ଥ କୋଣ୍ଡାକାମ୍ବେରୁ ସରହଂକ୍ଷିତ ଜଙ୍ଗଲରେ ମଧ୍ୟରେ ବିପୁଳ ପରିମାଣର ଲୁଚାଇ ରଖିଥିବା ମାଓ ଡମ୍ପ ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା l ଏହା ପରେ ଘଟଣାସ୍ଥଳକୁ ଯବାନମାନେ ତଲାସୀ ଅଭିଯାନ ଚଳାଇଥିବା ବେଳେ ବିପୁଳ ପରିମାଣର ମାଓ ଡମ୍ପ ଯବାନଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା l ଉଦ୍ଧାର ମାଓ ଡମ୍ପ ମଧ୍ୟରେ ଟିଫିନ ବୋମା(୫କିଲୋ ), ଟିଫିନ ବୋମା (୨କିଲୋ ),ଆଇଇଡି ବୋମା ପାଇପ(୩ଟି ), ଡିଟୋନେଟର (୯ଟି ), ଜିଲୋଟିନ ଷ୍ଟିକ(୯ଖଣ୍ଡ ), ବ୍ୟାଟେରୀ, ବିଦ୍ୟୁତ ତାର ୧୦ମିଟର, ସୋଲାର ପ୍ଲେଟ, ପ୍ଲାଷ୍ଟିକ ଡ୍ରମ ଗୋଟିଏ ଏବଂ ଔଷଧ ଉଦ୍ଧାର କରାଯାଇଥିବା ବେଳେ ବୋମା ନିଷ୍କ୍ରିୟ ଦଳ ଦ୍ୱାରା ଉଦ୍ଧାର ଦୁଇ ଆଇଇଡିକୁ ସୁରକ୍ଷିତ ଭାବେ ନିଷ୍କ୍ରିୟ କରାଯାଇଥିଲା l ବିଏସଏଫର ଏହି ସଫଳତା ଦ୍ୱାରା ମାଓବାଦୀଙ୍କ ମନବଳ ଦୁର୍ବଳ ହେବା କୁହାଯାଉଛି l

ad-week
Leave A Reply

Your email address will not be published.