ଦାନା ପାଇଁ ହିଞ୍ଜିଳିରେ ୫୭୨ ଜଣଙ୍କୁ ସ୍ଥାନାନ୍ତର…

add-all

ହିଞ୍ଜିଳିକାଟୁ, ତା ୨୪।୧୦(): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ବାତ୍ୟା ଦାନାର ତିବ୍ରତା ଓ ପ୍ରଭାବ କେତେ ରହିବ ତାହା ଆକଳନ ହୋଇ ପାରିନଥିଲେ ମଧ୍ୟ ଏହାର ସଫଳ ମୁକାବିଲା ପାଇଁ ହିଞ୍ଜିଳିକାଟୁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି। ପୈାର ଓ ବ୍ଳକ ପ୍ରଶାସନ ପକ୍ଷରୁ ହେଲ୍ପ୍ ଲାଇନ୍ ନମ୍ବର ଜାରି ହୋଇଛି। ଏହା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଗୁରୁବାର ଡୁଡା ପିଡି ରବିନ୍ଦ୍ର କୁମାର ପଟେଲ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଛନ୍ତି। ମଧ୍ୟାନ୍ନ ସୁଦ୍ଧା ସ୍ଥାନୀୟ ବ୍ଲକର ୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ୩୨୨ ଜଣ ଓ ପୈାରାଞ୍ଚଳରେ ୨୫୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୧୪ ପ୍ରସୁତି ମହିଳା ଙ୍କୁ ମଧ୍ୟ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ରଖାଯାଇଛି। ଶୂନ୍ୟ ମୃତାହତ,ସ୍ଥାନାନ୍ତର ଓ ଉଦ୍ଧାରକାର୍ଯ୍ୟକୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେଇଛି। ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଉଭୟ ଶୁଖିଲା ଓ ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖାଯାଇଛି । ରୋଗୀ, ବୃଦ୍ଧବୂଦ୍ଧା, ପ୍ରସୂତି,ଦୁର୍ବଳ ଶିଶୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି।କୌଣସି ସ୍ବାସ୍ଥ୍ୟ ସମସ୍ୟା ଉପୁଜିଲେ ସ୍ବାସ୍ଥ୍ୟ ବିଭାଗ ର ଟିମ୍ ଯଥାଶୀଘ୍ର ପହଞ୍ଚିବାର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣା ପ୍ରତି ନଜର ରଖିଛନ୍ତି ।

ad-week
Leave A Reply

Your email address will not be published.