ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ .ଏ ମ୍.ସି. ଏସ୍ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ପୁଣି ଥରେ ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କରିଛନ୍ତି ।ଶ୍ରୀଯୁକ୍ତ ମହାନ୍ତିଙ୍କୁ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚ।ରୀ ଓ ଛାତ୍ର ଛାତ୍ରୀ ପୁଷ୍ପ ଗୁଛ ଓ ଉପଢ଼ୌକନ ଦେଇ ସ୍ଵାଗତ କରିଥିଲେ।ଶଙ୍କର।ଖୋଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସନ୍ତୋଷ କୁମାର ପ୍ରଧାନ, ଡ.ବାବୁଲା ପାଟ୍ଟଯୋଶୀ, ରାଇକିଆ ସୁଧାକିରନ୍ ମହାବିଦ୍ୟାଳୟର ନିର୍ଦ୍ଦେଶକ ଡ ସନ୍ତୋଷ ନାୟକ ,ଅବିଭାବକ ଗୋକୁଳ କୃଷ୍ଣ ପଟ୍ଟନାୟକ, ଅବିଭାବିକା ରାଜଲକ୍ଷ୍ମୀ ପଟ୍ଟନାୟକ ,ଟିକାବାଲି ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ଶୁଭେଚ୍ଛା ଜଣାଇଥିଲେ ।ହିଞ୍ଜିଳି କାଟୁ ସ୍ଵୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀ ଅନିଲ ପାତ୍ର,ଇଂରାଜୀ ବିଭାଗର ଅଧ୍ୟାପକ ରାଧା ମୋହନ ମହାପାତ୍ର ଛାତ୍ର କାହ୍ନୁ ଚରଣ ପାତ୍ର ଯୋଗଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।ଅଧ୍ୟକ୍ଷ ଶ୍ରୀ ମହାନ୍ତି ତାଙ୍କର ରହିଯାଇଥିବା ଅଧୁରା କାମକୁ ପୁରା କରିବେ ବୋଲି ପ୍ରକାଶ କରିଥିଲେ।ମହାନ୍ତିଙ୍କ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ଜନସାଧାରଣ ଓ ଅବିଭାବକଙ୍କ ପାଇଁ ଖୁସି ଆଣିଦେଇଛି ।

ad-week
Leave A Reply

Your email address will not be published.