ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ ହେବ । ଏହି ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଚଳିତ ମାସ ୨୯ ତାରିଖ ଦିନ ଜିଲ୍ଲା ଓ ଉପଖଣ୍ଡ ସଦର ମହକୁମାରେ ପଥ ଉତ୍ସବ ଓ ୱାକାଥନ୍ କରାଯିବ । ସେହି ୨୯ ତାରିଖ ଦିନ ମଧ୍ୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଜାତୀୟ ଦିବସ ପାଳନ କରାଯିବ। ଏହି ଉପଲକ୍ଷେ, କନ୍ଧମାଳ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ର ସଦ୍‌ଭାବନା ସଭାଗୃହରେ ନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଆଲୋଚନାରୁ ଜଣାପଡ଼ିଛି ଯେ, ୨୯ ଅକ୍ଟୋବର ପୂର୍ବାହ୍ନ ୭ଟା ବେଳେ ସ୍ଥାନୀୟ ସର୍କିଟ ହାଉସ୍ ପରିସରରୁ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଜାତୀୟ ଦିବସ ପାଳନ ଏବଂ ଭୋଟର ସଂଶୋଧନ ଦିବସ ପାଳନ ଅବସରରେ ଏକ ସ୍ୱାକାଥନ୍ ବାହାରି ବଜାର ମଧ୍ୟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବ। ସେହି ଦିନ ପୂର୍ବାହ୍ନ ୭ଟା ବେଳେ କନ୍ଧମାଳ ଷ୍ଟାଡିୟମ୍ଭୁରୁ ଏକ ମାରାଥନ ବାହାରି

ଏଫ୍.ସି.ଆଇ.ଛକ, ଗାନ୍ଧୀ ଛକ ଦେଇ କରୋନେସନ ପଡ଼ିଆରେ ପହଞ୍ଚିବ। ଉଭୟ ଓ୍ବାକାଥନ୍ ଓ ମାରାଥନରେ ଯେଉଁମାନେ ଭାଗନେବେ ସେମାନେ ୭ଟା ପୂର୍ବରୁ ସେହି ନିଦ୍ଧିଷ୍ଟ ସ୍ଥାନରେ ପ୍ରସ୍ତୁତ ରହିବାକୁ ଅନୁରୋଧ କରାଯାଇଛି । ମାରାଥନ୍‌ରେ ଭାଗନେବାପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି । ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆୟୋଜିତ ପଥ ଉତ୍ସବ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବଜାର ମଧ୍ୟରେ ପ୍ରାୟ ୧୫ ଗୋଟି ଷ୍ଟଲ୍ ନିର୍ମାଣ କରାଯିବ । ସେହି ଷ୍ଟଲ ଗୁଡ଼ିକରେ ରଙ୍ଗୋଲି କାର୍ଯ୍ୟକ୍ରମ, କସମ୍ ପ୍ରଡକ୍ଟ, ବିକ୍ରି, ଓର୍ମାସ୍ ପ୍ରଡକ୍ଟ ବିକ୍ରି, ସାଂସୁତିକ କାର୍ଯ୍ୟକ୍ରମ, ଚିତ୍ରାଙ୍କନ, ଫ୍ୟାନ୍‌ସି ଡ୍ରେସ୍, ଯୋଗ ମ୍ୟୁଜିକ୍‌, ସ୍ବାସ୍ଥ୍ୟ ପରୀକ୍ଷା, ବ୍ୟାଙ୍କ ସେବା, ଭୋଟର ତାଲିକା ସଂଶୋଧନ କାର୍ଯ୍ୟ, ବି.ଇ.ଡି. କଲେଜ ତରଫରୁ ନିର୍ବାଚନ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନୀ, ଜୁଡୋ,ଟାଇକୋଣ୍ଡା ଓ ମାର୍ଶାଲ ଆର୍ଟ୍, ରକ୍‌ ବ୍ୟାଣ୍ଟ୍‌, ଇତ୍ୟାଦି ପ୍ରଦର୍ଶନ କରା‌ଯିବ ବୋଲି ଜଣାପଡ଼ିଛି । ଏହି ପଥ ଉତ୍ସବ କାର୍ଯକ୍ରମ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚାଲିବ ଏବଂ ପରେ ପରେ ଗାନ୍ଧୀ ସ୍ମୃତି ଭବନରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଜାତୀୟ ଦିବସ ପାଳନ ଅବସରରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ଦିବସ ଉପଲକ୍ଷେ ପୂର୍ବରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ଓ ପ୍ରବ ପ୍ରବନ୍ଧ ପ୍ରତିଯୋଗିତାର ଏବଂ ୨୯ ଅକ୍ଟୋବର ଦିନ ହେବାକୁ ଥିବା ମାରାଥନର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯିବ।
ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଅଶୋକ କୁମାର ଭୋଇ, କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ୍, ଖଣ୍ଡମାଳ ଉପ ଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ, ସମନ୍ବିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଦେବଜାନୀ ଭୁୟାଁଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.