ପୋଲିଓ ମୁକ୍ତ ଲକ୍ଷ୍ୟ ନେଇ ରୋଟାରୀ କ୍ଲବ ପକ୍ଷରୁ ରାଲ୍ଲୀ…

add-all

ଫୁଲବାଣୀ – ସାରା ବିଶ୍ୱକୁ ପୋଲିଓ ମୁକ୍ତ କରିବା ଲକ୍ଷ୍ୟ ନେଇ ଗୁରୁବାର ବିଶ୍ୱ ପୋଲିଓ ଦିବସ ଅବସରରେ ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା l ରାଲି ମେଡିକାଲ ଛକ ରୁ ବାହାରି କୋର୍ଟ ଛକ ଦେଇ ବିଜୁ ପଟନାୟକ ଛକ ରେ ପହଞ୍ଚିଥିଲା l ରୋଟାରୀ କ୍ଲବର ପୂର୍ବତନ ସଭାପତି, ସମାଜସେବୀ ରୋଟାରିଆନ ତଥା ପୋଲିଓ ପ୍ଲସ ଅଧ୍ୟକ୍ଷ କୁନ୍ଦନ ସିଂହ ଙ୍କ ନେତୃତ୍ୱରେ ଫୁଲବାଣୀ ସରକାରୀ ଏ ଏନ ଏମ ଟ୍ରେନିଂ ସେଣ୍ଟରର ଛାତ୍ରୀ ମାନେ ହାତରେ ବେନରଓ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ମେଡିକାଲ ଛକ ରୁ ବାହାରି କୋର୍ଟ ଛକ, ଗୋପବନ୍ଧୁ ଛକ ଦେଇ ବିଜୁପଟନାୟକ ଛକ ରେ ପହଂଚି ଥିଲେ l ସରକାରୀ ଏ ଏନ ଏମ ଟ୍ରେନିଂ ସେଣ୍ଟର ର ଟ୍ୟୁଟର ପ୍ରଦୀପ୍ତା ମଞ୍ଜରୀ କିସାନ ସହଯୋଗ କରିଥିଲେ l ରାଲିରେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ପୂର୍ବତନ ସଭାପତି ପ୍ରଶାନ୍ତ ପାଣିଗ୍ରାହୀ, ପଦ୍ମ ଚରଣ ସ୍ୱାଇଁ, ପ୍ରସନ୍ନ ପଣ୍ଡା, ମନୋରଞ୍ଜନ ପଟନାୟକ, ପ୍ରକାଶ ପଣ୍ଡା, ପ୍ରେସ କ୍ଲବ ସଭାପତି ତଥା ରୋଟାରୀଆନ ସୁନୀଲ ପଟନାୟକ, ସମ୍ପାଦକ ବିଜୟ ପଟନାୟକ, ବିରଜା ନାହାକ, ପୂର୍ବତନ ସଭାପତି ରବୀନ୍ଦ୍ର ସୁବୁଦ୍ଧି, ଦେବେନ୍ଦ୍ର ପାତ୍ର, ବିରାଜିନୀ ମହାପାତ୍ର, ମିନି ନାୟକ,ଇଂ କେ ଜ୍ଞାନ ରଞ୍ଜନ ଦୋରା, ପ୍ରମୁଖ ରାଲି ରେ ସାମିଲ ହୋଇଥିଲେ l

ad-week
Leave A Reply

Your email address will not be published.