
ଚିକିଟୀ -ପାଣିପାଗ ବିଭାଗ ର ସୂଚନା ପ୍ରକାରେ ସାମୁଦ୍ରିକ ଝଡ଼ “ଦାନା,ଭୀଷଣ ବାତ୍ୟାର ରୂପ ନେବ। ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଏହା ଅଧିକା ଘନୀଭୂତ ହୋଇ ଗଭୀର ଅବପାତ ରେ ପରିଣତ ହୋଇ ୨୩ ତାରିଖ ରାତି ରେ ବାତ୍ୟାର ରୂପ ନେଇ ୨୪ ତାରିଖ ଅତି ବାତ୍ୟାର ରୂପ ନେବା ସହ ସ୍ଥଳ ଭାଗ ଛୁଇଁବା ର ସମ୍ଭାବନା ରହିଛି ।ଏହା ସ୍ଥଳ ଭାଗ ଛୁଇଁବା ବେଳେ ୧୦୦ରୁ ୧୨୦କିମି ବେଗରେ ପବନ ବହିବା ସାଙ୍ଗକୁ ଏହାର ପ୍ରଭାବରେ ଆସନ୍ତା ୨୩, ୨୪, ୨୫ ପ୍ରବଳ ରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରିଛି। ବାତ୍ୟା, ପ୍ରବଳ ବର୍ଷା ଓ ପବନ ର ପୂର୍ବାନୁମାନ ପ୍ରଭାବ ଉପକୁଳ ଅଞ୍ଚଳ ରେ ଅଧିକା ରହୁଥୁବା ବେଳେ ଏହି ପରିପେକ୍ଷୀରେ ଆଜି ରାଜ୍ୟ ସରକାର ଙ୍କ କ୍ୟାବିନେଟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଚିକିଟୀ ବ୍ଲକ ଉପ କୁଳବର୍ତ୍ତୀ ରାମେୟା ପାଟଣା ଗ୍ରାମରେ ପହଞ୍ଚି ବାତ୍ୟା ଆଶ୍ରୟ ସ୍ଥଳରେ ପହଞ୍ଚି ଦାନା ବାତ୍ୟା କୁ ନେଇ ପ୍ରଶାସନ ପକ୍ଷରୁ ହୋଇଥିବା ପ୍ରସ୍ତୁତି ପରଖିବା ସହିତ ଭୟଭୀତ ନହେବା ପାଇଁ ସ୍ଥାନୀୟ ଲୋକଙ୍କୁ ଅପିଲ କରିଥିଲେ।ମନ୍ତ୍ରୀ ଶ୍ରୀ ଜେନା ଙ୍କ ସମେତ ବ୍ରହ୍ମପୁର ଉପ ଜିଲ୍ଲାପାଳ ଦିନା ଦସ୍ତାଗିରି ,ସ୍ଥାନୀୟ ତହସିଲଦାର ବଳଦେବ ବେହେରା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସରେନ ଉପସ୍ଥିତ ଥିଲେ। ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସୁଶ୍ରୀ ମଧୁସ୍ମିତା ସୁନାପୁର ବାତ୍ୟା ଆଶ୍ରୟ ସ୍ଥଳୀ ରେ ପହଞ୍ଚି ସ୍ଥାନୀୟ ପ୍ରତିନିଧି ଙ୍କ ସହିତ ଆଲୋଚନା କରି ଫେରି ଥିଲେ। ସେହିପରି ଚିକିଟୀ ନିର୍ବାଚନ ମଣ୍ଡଳୀ ବିଜେଡି ର ବରିଷ୍ଠ ସଂଗଠକ ସୁରେନ୍ଦ୍ର ମଣ୍ଡଳ,ବ୍ଲକ ବିଜେଡି ସଭାପତି ହେରମ୍ଭ ରେଡ୍ଡୀ,ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ସଭାପତି କିଶୋର ପଣ୍ଡା ପ୍ରମୁଖ ଡଙ୍କଲ ପାଡୁ, ରାମେୟା ପାଟଣା, ସୁନାପୁର, ଅନନ୍ତ ରାୟ ପୁର, ପାଟି ସୁନାପୁର ଆଦି ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ବୁଲି ଦେଖିବା ସହିତ ସତର୍କ ରହିବାକୁ ସ୍ଥାନୀୟ ଲୋକ ମାନଙ୍କୁ ପରାମର୍ଶ ଦେଇଥିଲେ।