ଚିକିଟୀରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା

add-all


ଚିକିଟୀ : ରବିବାର ଦିନ ପୂର୍ବାହ୍ନ ରେ ପୁର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚିକିଟୀ ବିଜୁ ଜନତା ଦଳ ପକ୍ଷରୁ ଚିକିଟୀ କରବାଲୁଆ ଠାରୁ ଚିକିଟୀ ଗଡ ପର୍ଯ୍ୟନ୍ତ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବିଜେଡି ଜନ ସମ୍ପର୍କ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦେଵୀ ପ୍ରସାଦ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଯୋଗ ଦେଇ ରାଜ୍ୟ ସରକାର ବିଭିନ୍ନ ମିଛ ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ଥିବା କଥା ନିଜ ବକ୍ତବ୍ୟ ରେ ରଖିବା ସହ ଗୁମର ଖୋଲିଥିଲେ। ଅନୁଷ୍ଠିତ ଚିକିଟୀ ବିଜେଡି ଜନ ସମ୍ପର୍କ ପଦଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ବିଜେଡି ବ୍ଲକ ସଭାପତି ହେରମ୍ଭ ରେଡି, ପାତ୍ରପୁର ବ୍ଳକ ସଭାପତି ରାମନାଥ ପାଣିଗ୍ରାହୀ,ବରିଷ୍ଠ ବିଜେଡ଼ି ସଂଘଠକ ସୁରେନ୍ଦ୍ର ନାଥ ମଣ୍ଡଳ, ସଚ୍ଚିଦାନନ୍ଦ ରାଜଗୁରୁ ଓ ଉଦୟ ନାଥ ପ୍ରଧାନ ଉପସ୍ଥିତ ଥିଲେ। ଏହି ପଦଯାତ୍ରାରେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କାଉନସିଲର ଏବଂ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ମାନେ ଯୋଗ ଦେଇଥିବା ବେଳେ ଅଞ୍ଚଳର ଦଳର ବହୁ କର୍ମୀ, ସଂଘଠକ ଓ ହଜାର ହଜାର ଦଳୀୟ ପ୍ରେମୀ ଯୋଗ ଦେଇ କାର୍ଯ୍ୟକ୍ରମ ଟୀକୁ ସଫଳ କରାଇଥିଲେ।

ad-week
Leave A Reply

Your email address will not be published.