ଛତ୍ରପୁର ସାହିତ୍ୟ ସଂସଦର ସ୍ଵତନ୍ତ୍ର ଆସର !

add-all

ଛତ୍ରପୁର : କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ କବିତ୍ଵ ଆରମ୍ଭ କୋଉଠି ହୋଇଥିଲା, ସେ ସମ୍ପର୍କରେ ତଥ୍ୟସଂଗ୍ରହ କରିଥିବା ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ସଚ୍ଚିଦାନନ୍ଦ ମିଶ୍ର ଙ୍କ ଅବଦାନ ଅତୁଳନୀୟ ବୋଲି ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ସୁଜିତ୍ କୁମାର ପଣ୍ଡା ଆଲୋକପାତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ, ସଂସଦ ର ସଭାପତି, ଡ଼ଃ. ଭି. ରାଜେନ୍ଦ୍ର ରାଜୁ, ଡ଼ଃ. ରାଜେନ୍ଦ୍ର ଦାସ୍ ପ୍ରମୁଖ ଯୋଗଦେଇ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ କବିତ୍ଵ ଓ ସାହିତ୍ୟ ସାଧନା ସମାଜକୁ ଅନେକ ଦିଗଦର୍ଶନ ଦେଇ ଆସିଛି ବୋଲି ମତବ୍ୟକ୍ତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବହୁ କବି ସ୍ବରଚିତ କବିତା ଆବୃତ୍ତି କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ପଣ୍ତିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ଛାତ୍ର ଛାତ୍ରୀମାନେ ଯୋଗଦେଇ ଉକ୍ତ ସାହିତ୍ୟ ଆସରରେ ଯୋଗଦେଇ ବକ୍ତାମାନଙ୍କ ଭାଷା ସାହିତ୍ୟ ଦିଗରେ ଅନେକ ତଥ୍ୟ ଜ୍ଞାନ ଅହୋରଣ କରିଥିଲେ । ସଂସଦ ପକ୍ଷରୁ ସମ୍ପାଦକ ଦିଲିପ କୁମାର୍ ପଲେଇ ଶେଷରେ ଉପସ୍ଥିତ ସଭିଙ୍କୁ ସାଧୁବାଦ ସହ ଧନ୍ୟବାଦ୍ ଜଣାଇଥିଲେ ।।

ad-week
Leave A Reply

Your email address will not be published.