ଏବେଠୁ ବାବୁ ମାନଙ୍କ ଘରେ ଘରେ ଦୀପାବଳୀ :ପୋଲିସ ଜବତ କରୁଥିବା ବାଣ ଯାଉଛି କୁଆଡ଼େ….?

ପୋଲିସ ର ଚଢାଉ ଧର୍ମକୁ ଆଖି ଠାର…!!

add-all


ବ୍ରହ୍ମପୁର: ପ୍ରଶାସନ ଓ ପୋଲିସ ଏବେ ଗୁପ୍ତ ଗୋଦାମ ରେ ମହଜୁଦ ଥିବା ବାଣ ଜବତ କରିବାରେ ବ୍ୟସ୍ତ। ଗଞ୍ଜେଇ, ମଦ ଜବତ କରି ମିଡ଼ିଆ ଆଗରେ ଭଲ ଭଲ ଫୋଟ ପୋଜ ଦେଇ ଜବତ ସାମଗ୍ରୀକୁ ନଷ୍ଟ କରୁଥିବାର ନଜିର ରହିଛି। ହେଲେ ଜିଲ୍ଲାରେ ଏବେ ପୋଲିସ ଆକ୍ଟିଭ ମୁଡ଼ ରେ ରହି ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କାର ବାଣ ଜବତ କରୁଛନ୍ତି। ଦିନରେ ଜବତ ହୋଇଥିବା ବାଣକୁ ଜିଲ୍ଲାର ବଡ଼ ବଡ଼ ବାବୁ ମାନଙ୍କୁ ଖୁସି କରିବା ପାଇଁ ପ୍ୟାକେଟ କରି ଦିଆଯାଉ ଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଉ ଆଜି କାଲି ବାଣ ଦୋକାନ ଖୋଲିବାକୁ ସ୍ଥାନୀୟ ପୋଲିସ ଓ ବାବୁ ମାନଙ୍କୁ ସାଇ ଲେନ୍ସ ପ୍ଲିଜ କରି ଜନଗହଳି ସ୍ଥାନରେ ଅସ୍ଥାୟୀ ଦୋକାନ ଖୋଳିବା କୁ ପ୍ରୟାସ ଆରମ୍ଭ ହୋଇଯାଇଛି। ଜବତ ବାଣର ମଜା ଏବେ ବାବୁ ମାନଙ୍କ ଘରେ ଘରେ ଦେଖିବାକୁ ମିଳୁଛି। ଜୁଆ ଖେଳ ଭଳି ବାଣ ଧରିଲେ ଲାଭ ଛାଡ଼ିଲେ ଲାଭ ବୋଲି ଆଲୋଚନା ହେଉଛି। ଜବତ ହେଉଥିବା ବାଣର ସଠିକ ହିସାବ ଓ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ବହୁ ବାବୁ ମାନଙ୍କ କାନ୍ଧ ରୁ ତରା ହଟିଯିବାର ସମ୍ଭାବନା କୁ ଏଡେଇ ହେବ ନାହିଁ। ଜିଲ୍ଲାର ବଡ଼ ବଡ଼ ବାବୁଙ୍କ ଘରେ ବାଣ ର ଗିଫ୍ଟ ପେକେଟ ପହଞ୍ଚିଲାଣି ତେଣୁ ତଦନ୍ତ ଆଉ ଲେଖା ଛିଡ଼େଇବ କିଏ ବୋଲି ଲୋକେ କହିଲେଣି। ପୋଲିସ ର ଚଢାଉ ମଧ୍ୟ ଧର୍ମକୁ ଆଖିଠାର ସଦୃଶ୍ୟ କହିଲେ କିଛି ବି ଭୁଲ ହେବ ନାହିଁ l ପୋଲିସ ସହିତ ଫିକ୍ସଙ୍ଗ ନକରି ଯିଏ ବାଣ ବିକ୍ରି କରୁଛି ସେଠାରେ ହିଁ ପୋଲିସ ଫିକ୍ସଙ୍ଗ ହୋଇଥିବା ବ୍ୟବସାୟୀ ମାନଙ୍କ ଠାରୁ ତଥ୍ୟ ନେଇ ଚଢାଉ କରୁଥିବା ଏବେ ଖଟି ରେ ଚର୍ଚ୍ଚା ହେଉଛି l ଏହି ଚଢାଉ ଫଳରେ ଉଭୟ ପୋଲିସ ଓ ଫିକ୍ସଙ୍ଗ କରିଥିବା ବାଣ ବ୍ୟବସାୟୀ ଙ୍କ ଲାଭ କାରଣ ଏହି ବ୍ୟବସାୟୀ ମାନେ ମାତ୍ରାଧିକ ଦରରେ ଗ୍ରାହକ ମାନଙ୍କୁ ବିକ୍ରି କରିଥାନ୍ତି l ପୋଲିସ ମଧ୍ୟ ଉଭୟ କ୍ଷେତ୍ରରେ ଲାଭ ପାଉଥିବା ଚର୍ଚ୍ଚା ହେଉଛି l ଚଢାଉ କରି ପୁଣି ଗଳା ବାଟ ଦେଇ ବିକ୍ରି ହୁଏ ବୋଲି ସାଧାରଣ ରେ ଚର୍ଚ୍ଚା l

ad-week
Leave A Reply

Your email address will not be published.