ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ସାଧୁତାର ଶପଥ ପାଠ…

add-all

ମାଲକାନଗିରି, ୨୮/୧୦/୨୪: ପ୍ରତି ବର୍ଷ ଆମ ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଓସ୍ଵାନ୍ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ସାଧୁତାର ଶପଥ ପାଠ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରୁ ମୁଖ୍ୟମନ୍ତ୍ରୀ ଓସ୍ୱାନ ମାଧ୍ୟମରେ ପୂର୍ବାହ୍ନ ୧୦ ଟାରେ ସମସ୍ତଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପଡ଼ିଆ ବ୍ଲକ କାର୍ଯ୍ୟାଳୟସ୍ଥିତ ଓସ୍ୱାନ୍ କକ୍ଷ ଠାରେ ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜିର ଜିଲ୍ଲାସ୍ତରୀୟ ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ, ମାଲକାନଗିରି ଦୁର୍ନୀତି ନିବାରଣ ଶାଖା ଡିଏସପି, ସଦାନନ୍ଦ ପାଣି ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ପରିଷଦ ଅର୍ଥ ପରିଚାଳକ ମାନସ ମିଶ୍ର ଓ ଏପିଡି ବାଲାଜୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଆଜି ଜିଲ୍ଳାର ସମସ୍ତ କାର୍ଯ୍ୟାଳୟରେ ସାଧୁତାର ଶପଥ ପାଠ କରାଯାଇଛି । ଚଳିତ ବର୍ଷ ରାଜ୍ୟ ସରକାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ “ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି” ପ୍ରସଙ୍ଗକୁ ଆଧାର କରି ଅକ୍ଟୋବର ୨୮ ରୁ ୩ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ପାଳନ କରାଯିବ।

ad-week
Leave A Reply

Your email address will not be published.