ଦୀପାବଳି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

add-all

ଫୁଲବାଣୀ : କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ଦୀପାବଳି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାରଙ୍କ ନେତୃତ୍ୱରେ ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ ସିବେନ୍ଦ୍ର ଡିଗାଲ, ମିନି କଂହର, ଉଷାରାଣୀ ଜେନା, ମାଧୁରୀ ପଣ୍ଡା, ଦିଗବିଜୟୀ ପ୍ରଧାନ, ଶୁଭସ୍ମିତା ବିଶୋଇ, ବିଜୟ ପ୍ରଧାନ, ଅନୁପ ବିକ୍ରମ ପାତ୍ର, ଚନ୍ଦ୍ର ମଣି ଦେହୁରୀ, କମଳ ଲୋଚନ ଦେହୁରୀ ପ୍ରମୁଖ ସାମିଲ ହୋଇ ଥିଲେ l ଏହି କାର୍ଯ୍ୟକ୍ରମ ୩୧. ୧୦.୨୦୨୪ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲା ର ପ୍ରତ୍ୟେକ ବ୍ଲକର ସହରରେ ବିଭିନ୍ନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ ବୋଲି ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଅବଗତ କରି ଥିଲେ l

ad-week
Leave A Reply

Your email address will not be published.