ସରକାରୀ ବୃନ୍ଦାବନ ବିଦ୍ୟାଳୟର ପୋଷାକ ବିତରଣ ଉତ୍ସବ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଵୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ପୋଷକ ଵିତରଣ ଉତ୍ସବ ପାଳିତ ହୋଇଯାଇଛି। ଵିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ସମ୍ମାନିତ ଅତିଥି ପୂର୍ବତନ ପ୍ୟୈରପରିଷଦ ଉପାଧ୍ୟକ୍ଷ ତଥା ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ , ସ୍ଥାନୀୟ ୱାର୍ଡ ମେମ୍ବର ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଭୁ ପ୍ରସାଦ ପଣ୍ଡା , ଅତିରିକ୍ତ ଗୋଷ୍ଠୀଶିକ୍ଷାଧିକାରୀ ସୁଶିଲ କୁମାର ପାତ୍ର,ଶିକ୍ଷକ ଉପେନ୍ଦ୍ର କୁମାର ସାବତ ଓ ଅବସରପ୍ରାପ୍ତ ବରିଷ୍ଠ କିରାଣି ମଧୁସୂଦନ ପଣ୍ଡା ଯୋଗ ଦେଇଥିଲେ।ଅତିଥି ବୃନ୍ଦ ଭଲ ପାଠ ପଢି ସୁନାଗରିକ ହେବାପାଇଁ କହିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୋଷାକ ବିତରଣ କରାଯାଇଥିଲା ।‌ ବିଦ୍ୟାଳୟ ର ଶିକ୍ଷକ ଲାଲମୋହନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ୟୈରପରିଷଦ ସିଆରସିସି ଅଖିଳ କୂମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ସମସ୍ତ ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟା ଯୋଗ ଦେଇ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.