ବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ମିଳିତ ଆନୁକୁଲ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପକ ଡଃ ବାବୁଲ ପାଟଜୋଶୀ , ରାମକୃଷ୍ଣ ମହାନ୍ତି , ବୈକୁଣ୍ଠ ନାଥ ପଣ୍ଡା, ଅଧ୍ୟାପିକା ରୀତାଞ୍ଜଳି ସାହୁ, ରୀନାରାନୀ ପ୍ରଧାନ, ଡେମୋନଷ୍ଟ୍ରେଟର ସଞ୍ଜୟ କୁମାର ନାୟକ ସଭାରେ ଉପସ୍ଥିତ ରହି ଦୁର୍ନୀତି ନିବାରଣ ବିଷୟରେ ଛାତ୍ରଛାତ୍ରୀ ଙ୍କୁ ସଚେତନ କରିବା ସହିତ ଦୁର୍ନୀତି ଠାରୁ ନିଜକୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଦୁର୍ନୀତି ନିବାରଣ ପାଇଁ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରି ଶପଥ ନେଇଥିଲେ । ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଯାଇ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ପରିଶେଷରେ ଅଧ୍ୟାପକ ଶିବରାମ ବେହେରା ସମସ୍ତଙ୍କୁ ଧନ୍ୟବାଦ କରିଥିଲେ ।

ad-week
Leave A Reply

Your email address will not be published.